ଭୁବନେଶ୍ୱର,୨୯-୬ – ବଜାଜ ଗ୍ରୁପ କମ୍ପାନୀ ପକ୍ଷରୁ ଫନୀ ପ୍ରଭାବିତ ଲୋକଙ୍କ ସହାୟତା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ବଜାଜ ଅଟୋ ଲିମିଟେଡର ଆଞ୍ଚଳିକ ପ୍ରବନ୍ଧକ ସଦାନନ୍ଦ ସ୍ବାମୀ, ଲୋନ୍ ବିଜନେସ ଜାତୀୟ ପ୍ରବନ୍ଧକ ନିତ୍ୟେସ ମଲ୍ଲିକ, ଗ୍ରାହକ ଫାଇନାନ୍ସ ଜାତୀୟ ପ୍ରବନ୍ଧକ ସଞ୍ଜୀବ କୁମାର ପାଣିଗ୍ରାହୀ, ପ୍ରଡକ୍ଟ ପ୍ରବନ୍ଧକ ସଞ୍ଜୟ ପିରାଙ୍ଗୁଟେ, ପ୍ରୋଜେକ୍ଟ ସହକାରୀ ଅଧିକାରୀ ସ୍ନେହା ଘୋଙ୍ଗେ ଏବଂ ବଜାରର ସିଏସ୍ଆର୍ ଟିମ୍ ବଜାଜ ଅଟୋ ଓ ବଜାଜ ଫାଇନାନ୍ସ ପକ୍ଷରୁ ଅର୍ଥ ରାଶିର ଚେକ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟ ସଚିବାଳୟଠାରେ ପ୍ରଦାନ କରିଛନ୍ତି।