Categories: ପୁରୀ

ବଜାରକୁ ସାନିଟାଇଜ୍‌ କଲେ: ମାସ୍କ, ସାନିଟାଇଜର ବାଣ୍ଟିଲେ

ପିପିଲି,୨୯ା୩(ଡି.ଏନ୍‌.ଏ.): କରୋନା ଯୋଗୁ ଲକ୍‌ଡାଉନ ଘୋଷଣା କରିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ତଥା ମେଡିସିନ୍‌ ଷ୍ଟୋର, ଦୁଗ୍ଧ ପାଉରୁଟି ଷ୍ଟଲ, ଫଳ ଓ ପନିପରବା ଦୋକାନଗୁଡିକ ଖୋଲା ରଖିବା ପାଇଁ ସରକାରଙ୍କ ଅନୁମତି ରହିଛି। ଏହି ଦୋକାନଗୁଡିକୁ ଲୋକମାନେ ଯିବା ଆସିବା କରୁଥିବାରୁ ସାନିଟାଇଜ୍‌ର ନିହାତି ଆବଶ୍ୟକତା ରହିଛି। ଏହି କ୍ଷେତ୍ରରେ ପିପିଲିର ଜଣେ ବ୍ୟବସାୟୀ ପ୍ରବୀର ହାଲଦାର ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପିପିଲି ବଜାରରେ ଥିବା ଦୋକାନଗୁଡ଼ିକୁ ସାନିଟାଇଜ୍‌ କରିବା ସହ ଲୋକମାନଙ୍କୁ ମାଗଣାରେ ମାସ୍କ ଓ ସାନିଟାଇଜର ବାଣ୍ଟିଛନ୍ତି। ଗତ ତିନି ଦିନ ଧରି ଲଗାତର ଭାବେ ନିଜ କାନ୍ଧରେ ୩୦କିଲୋର ସାନିଟାଇଜର ଧରି ପିପିଲି ବଜାରକୁ ଯାଇଥାନ୍ତି। ଏଥିପାଇଁ ସେ କାହର ସହାୟତା ଲୋଡିନାହାନ୍ତି। ନିଜେ ଆଗ୍ରହର ସହ ପିପିଲି ହାଟଛକ, ଡେଲାଙ୍ଗ ଛକ, ନିମାପଡ଼ା ଛକ, ପଣ୍ଡାବଜାରରେ ଖୋଲା ଥିବା ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନଗୁଡ଼ିକରେ ସାନିଟାଇଜ୍‌ କରିଛନ୍ତି। ଏଥିସହ ଯେଉଁବ୍ୟକ୍ତି ମାସ୍କ ପିନ୍ଧି ନ ଥିବାର ଦେଖୁଛନ୍ତି ତାଙ୍କୁ ମାସ୍କ ଓ ସାନିିଟାଇଜର ଦେଇ ବାହାର ନ ରହିବାକୁ କୁହନ୍ତି। ଏହାସହ ପ୍ରବୀର ପିପିଲି ମେଡିକାଲରେ ମଧ୍ୟ ବିଭିନ୍ନ ୱାର୍ଡ, ମେଡିକାଲ ପରିସର ସାନିଟାଇଜେସନ କରିଛନ୍ତି। ତାଙ୍କର ଏହିଭଳି ଜନସେବା କାର୍ଯ୍ୟ ପାଇଁ ବୁଦ୍ଧିଜୀବୀମାନେ ପ୍ରଶଂସା କରୁଛନ୍ତି। ତେବେ ଯେ ପର୍ଯ୍ୟନ୍ତ କରୋନା ବିପତ୍ତି ନ ହଟିଛି ସେ ପର୍ଯ୍ୟନ୍ତ ତାଙ୍କର ଏହି ନିଃସ୍ବାର୍ଥପର ଜନସେବା କାର୍ଯ୍ୟ ଜାରି ରହିବ ବୋଲି ପ୍ରବୀର ହାଲଦାର କହିଛନ୍ତି।