Categories: ଜାତୀୟ

ବଜାରକୁ ୫୦:୫୦ ବିସ୍କୁଟ ଆସିଛି କି’

ହାଇଦ୍ରାବାଦ,୪ା୧୧: ମହାରାଷ୍ଟ୍ରରେ ୫୦:୫୦ ସୂତ୍ରରେ କ୍ଷମତା ଭାଗବଣ୍ଟା ପାଇଁ ଶିବସେନା ଅଡ଼ିବସିଥିବାବେଳେ ଏହାକୁ ନେଇ ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ତଥା ହାଇଦ୍ରାବାଦ ଏମ୍‌ପି ଅସାଦୁଦ୍ଦିନ୍‌ ଓଓ୍ବାଇସି ତାଚ୍ଛଲ୍ୟ କରିଛନ୍ତି। ଲଗାଣ ବର୍ଷା ଯୋଗୁ ଫସଲହାନି ହୋଇଛି। କ୍ଷତିଗ୍ରସ୍ତ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଥିବାବେଳେ ଏମାନେ ୫୦:୫୦ କଥା କହୁଛନ୍ତି। ବଜାରକୁ ନୂଆ ଫିପ୍ଟି ଫିପ୍ଟି ବିସ୍କୁଟ ଆସିଛି କି ବୋଲି ଓଓ୍ବାଇସି ପ୍ରଶ୍ନ କରିଛନ୍ତି। ଏହାସହ ଭାଜପା କିମ୍ବା ଶିବସେନାକୁ ଏଆଇଏମ୍‌ଆଇଏମ୍‌ ସମର୍ଥନ ଦେବନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

Share