ବଜାରରେ ଦୀପିକାଙ୍କ ପଦ୍ମାବତୀ ଲୁକ୍‌ର କଣ୍ଢେଇ, ଭାଇରାଲ ହେଉଛି ଫଟୋ

ବମ୍ବେ: ଚଳଚ୍ଚିତ୍ର ‘ପଦ୍ମାବତ୍‌’ରେ ରାଣୀ ଭୂମିକାରେ ନଜର ଆସିଥିଲେ ଅଭିନେତ୍ରୀ ଦୀପିକା ପାଦୁକୋନ। ମହାରାଓ୍ବଲ ରତନ ସିଂଙ୍କ ସ୍ତ୍ରୀ ପଦ୍ମାବତୀଙ୍କ ରୂପରେ ବେଶ୍‌ ଭାଇରାଲ ହୋଇଥିଲା ତାଙ୍କ ଲୁକ୍‌। ଏବେ ଏହି ଲୁକ୍‌ର କିଛି କଣ୍ଢେଇ ବଜାରକୁ ଆସିଛି। ସୋସିଆଲ ମିଡିଆରେ ଦୀପିକାଙ୍କ ଡଲ୍‌ ଭର୍ସନ ଭାଇରାଲ ମଧ୍ୟ ହେଉଛି। ଚିକ୍‌ମିକ୍‌ ପରିଧାନ ସାଙ୍ଗକୁ ଚୁଡ଼ି ଦେଖିଲେ ପଦ୍ମାବତୀର ଅବିକଳ ନକଲ ଭଳି ଏଗୁଡ଼ିକ ଲାଗୁଥିବା ଚର୍ଚ୍ଚା ହେଉଛି।

ଫିଲ୍ମ ପଦ୍ମାବତ୍‌ର ନିର୍ଦ୍ଦେଶନା ଦେଇଥିଲେ ଲୋକପ୍ରିୟ ନିର୍ଦ୍ଦେଶକ ସଞ୍ଜୟ ଲୀଲା ବନ୍‌ଶାଲୀ। ରିଲିଜ ପୂର୍ବରୁ ଏହା ବିବାଦକୁ ଆସିଥିଲା। ପ୍ରମୁଖ ଭୂମିକାରେ ଶାହିଦ କପୁର ଏବଂ ରଣବୀର ସିଂହଙ୍କୁ ଦେଖିବାକୁ ମିଳିଥିଲା। ରିଲିଜ ପରେ ଦର୍ଶକେ ଏହାକୁ ବେଶ୍‌ ପସନ୍ଦ କରିବା ପରେ ଫିଲ୍ମଟି ସୁପରହିଟ୍‌ ହୋଇଥିଲା। ଆଗାମୀ ଦିନରେ ଦୀପିକା ଚଳଚ୍ଚିତ୍ର ‘୮୩’ରେ ନଜର ଆସିବେ।

Share