Categories: ବାଣିଜ୍ୟ

ବଜାରରେ ନୂଆ ଟିଭିଏସ୍‌ ଆପାଚେ ଆର୍‌ଆର୍‌ ୩୧୦, ଆର୍‌ଟି ଫିଚର ସହ

ହୋସୁର,୨୮-୫: ଟିଭିଏସ୍‌ ମୋଟର କମ୍ପାନୀ ପକ୍ଷରୁ ନୂଆ ଟିଭିଏସ୍‌ ଆପାଚେ ଆର୍‌ଆର୍‌-୩୧୦ ବଜାରକୁ ଆସିଛି। ଏଥିରେ କମ୍ପାନୀ ରେସ୍‌ ଟ୍ୟୁନ୍‌ଡ(ଆର୍‌ଟି) ସ୍ଲିପର କ୍ଲଚ ସୁବିଧା ରଖିଛି। ସେହିଭଳି ସ୍ବିଫ୍ଟ ଗିୟର ସିଫ୍ଟିଙ୍ଗ, ଷ୍ଟାଇଲିଂ ଅପଗ୍ରେଡ, ଫାନ୍ତମ ବ୍ଲାକ କଲର ରଙ୍ଗରେ ଏହା ଉପଲବ୍ଧ ହେଉଛି। ମଡେଲଟି ସିଟି, ହାଇଓ୍ବେ ଏବଂ ଟ୍ରାକ୍‌ ରାଇଡିଂ କ୍ଷେତ୍ରରେ ସହାୟକ ହୋଇ ପାରିବ। ଅପଗ୍ରେଡ ହୋଇଥିବା ଏହି ମଡେଲଟି ଗ୍ରାହକଙ୍କ ଦ୍ୱାରା ବେଶ ଆଦୃତ ହୋଇ ପାରିବ ବୋଲି କମ୍ପାନୀର ନିର୍ଦ୍ଦେଶକ ତଥା ସିଇଓ କେ.ଏନ୍‌.ରାଧାକ୍ରିଷ୍ଣନ କହିଛନ୍ତି। କ୍ରିକେଟ ତାରକା ମହେନ୍ଦ୍ର ସିଂ ଧୋନୀ ଏହି ବାଇକର ପ୍ରଥମ ଗ୍ରାହକ ହୋଇ ପାରିଛନ୍ତି। କମ୍ପାନୀର ପ୍ରିମିୟମ ସେଗମେଣ୍ଟ ମାର୍କେଟିଂ ମୁଖ୍ୟ ମେଘଶ୍ୟାମ ଦିଘୋଲେ ନୂଆ ଯାନର ଚାବିକୁ ଧୋନୀଙ୍କୁ ହସ୍ତାନ୍ତର କରିଥିଲେ। ଗତ ୧୨ ବର୍ଷ ଧରି ଟିଭିଏସ୍‌ ସହ ଯୋଡି ହୋଇଥିବା ଏହି ମଡେଲ ସହ ଏହା ଆହୁରୀ ଦୃଢ ହୋଇଛି ବୋଲି ଧୋନୀ କହିଛନ୍ତି।

Share