Categories: ବାଣିଜ୍ୟ

ବଜାରରେ ବିଏମ୍‌ଡବ୍ଲ୍ୟୁ ଏସ୍‌ ୧୦୦୦ ଆର୍‌ଆର୍‌

ଗୁରୁଗ୍ରାମ,୧୭-୭: ବିଏମ୍‌ଡବ୍ଲ୍ୟୁ ମୋଟରାଡ୍‌ ପକ୍ଷରୁ ନୂଆ ବିଏମ୍‌ଡବ୍ଳ୍ୟୁ ଏସ୍‌ ୧୦୦୦ ଆର୍‌ଆର୍‌ ସୁପର ବାଇକ ଭାରତ ବଜାରରେ ପ୍ରବେଶ କରିଛି। କମ୍ପାନୀର କମ୍ପ୍ଲିଟଲି ବିଲ୍‌ଟ ଅପ୍‌ ୟୁନିଟ(ସିବିୟୁ) ଗୁଡିକରୁ ଗ୍ରାହକମାନେ ଏହାକୁ ବୁକ୍‌ କରିବାକୁ ସକ୍ଷମ ହେବେ। ଏହି ସ୍ପୋର୍ଟସ ବାଇକ ଗ୍ରାହକଙ୍କୁ ଏକ ରୋମାଞ୍ଚକର ଅନୁଭୂତି ପ୍ରଦାନ କରିବାକୁ ସକ୍ଷମ ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି। ଏଥିରେ ଅତ୍ୟାଧୁନିକ ହାଇଟେକ୍ନୋଲୋଜି ବ୍ୟବହାର କରାଯାଇଛି। ଏକ ଅତୁଳନୀୟ ରାଇଡିଂ ଅଭିଜ୍ଞତା ପ୍ରଦାନ କରିବା ଲାଗି କମ୍ପାନୀ ମଡେଲଟିରେ ବିଏମ୍‌ଡବ୍ଲ୍ୟୁ ସିଫ୍ଟ କାମ୍‌ ଟେକ୍ନୋଲୋଜି ବ୍ୟବହାର କରିଛି। ସ୍ପୋର୍ଟସ ଓ୍ବାର୍ଲଡରେ ଏହା ଏକ ପ୍ରମୁଖ ମଡେଲ ଭାବେ ଉଭା ହେବ ବୋଲି ଆଶା ରହିଥିବା କମ୍ପାନୀର ଏସିଆ ପାସିଫିକ ମୁଖ୍ୟ ଦିମିତ୍ରିଶ ରପ୍ତିସ କହିଛନ୍ତି। ଏହା ୩ଟି ଭାରିଆଣ୍ଟରେ ଉପଲବ୍ଧ ହେଉଥିବା ବେଳେ ବଜାର ଦର ୧୮.୫୦ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି।

Share