ବଜାରରେ ମିଳୁଥିବା ଜିରା ଅସଲି ନା ନକଲି ଜାଣନ୍ତୁ ଏପରି…

ଏବେ ବଜାରରେ ନକଲି ଜିରା ମିଳୁଛି। ଏହା ଫୁଲଝାଡୁ, ପଥରଗୁଣ୍ଡ ଏବଂ ଗୁଡ଼ରୁ ପ୍ରସ୍ତୁତ ହେଉଛି। ଅସଲି ଜିରା ଦାମ କିଲୋପ୍ରତି ୪ଶହ ଟଙ୍କା ଥିବାବେଳେ ଏହି ନକଲି ଜିରା ଦାମ କିଲୋପ୍ରତି ୨୦ ଟଙ୍କା ରହିଛି। କେତେକ ଏହାକୁ ସିନ୍ଥେଟିକ୍‌ ଜିରା କହୁଛନ୍ତି। ତେବେ ଏହାକୁ ଖାଇବା ଦ୍ୱାରା ନାନା ପ୍ରକାର ଶାରୀରିକ ସମସ୍ୟା ଦେଖାଦେଇଥାଏ। ଶରୀରର ରୋଗପ୍ରତିରୋଧକ ଶକ୍ତି କମିଯାଇଥାଏ। ତେଣୁ ବଜାରରେ ମିଳୁଥିବା ଜିରା ଅସଲି ନା ନକଲି ତାହା ଜାଣିବା ପାଇଁ ଏହାକୁ କିଛି ସମୟରେ ପାଣିରେ ପକାଇଲେ ଜଣାପଡ଼ିଥାଏ। ଯଦି ପାଣିରେ ପଡ଼ିବାର କିଛି ସମୟ ପରେ ଜିରାର ରଙ୍ଗ ପରିବର୍ତ୍ତନ ହେବା ସହିତ ଏହା ଭାଙ୍ଗିଯାଏ ଜଣା ପଡ଼ିବ ଯେ, ଏହା ନକଲି ବୋଲି। ତେଣୁ ଜିରା କିଣୁଥିବା ସମୟରେ ସତର୍କ ରହିବାର ଆବଶ୍ୟକତା ରହିଛି।

Share