Categories: ବାଣିଜ୍ୟ

ବଜାରରେ ରେନୋ ଇଣ୍ଡିଆର ନୂଆ ଡକ୍ଟର, ମୂଲ୍ୟ ୭.୯୯ ଲକ୍ଷ ଟଙ୍କାରୁ ଆରମ୍ଭ

ନୂଆଦିଲ୍ଲୀ,୯-୭: ରେନୋ ଇଣ୍ଡିଆ ପକ୍ଷରୁ ନୂଆ ଡଷ୍ଟର ମଡେଲର ବଜାର ପ୍ରବେଶ ହୋଇଛି। ଏଥିରେ ୨୫ ନୂଆ ଫିଚର ଏବଂ ଟେକ୍ନୋଲୋଜି ରହିଛି। ମଡେଲଟିରେ ଆକର୍ଷଣୀୟ ଏକ୍ସଟେରୀୟର, ମନଲୋଭା ଇଣ୍ଟେରିୟର ଉନ୍ନତ ଉପକରଣକୁ ସ୍ଥାନୀତ କରାଯାଇଛି। ରେନୋ ବ୍ରାଣ୍ଡକୁ ଭାରତରେ ଅଭିବୃଦ୍ଧି କରାଇବାର ସମ୍ପୂର୍ଣ୍ଣ ଲକ୍ଷ୍ୟ ରଖାଯାଇଛି ବୋଲି ନୂଆ ଯାନଟିକୁ ବଜାର ପ୍ରବେଶ କରାଇ କମ୍ପାନୀର କଣ୍ଟ୍ରି ସିଇଓ ଏବଂ ଏମ୍‌ଡି ଭେଙ୍କଟରାମ ମାମଲିପାଲେ ସୂଚନା ଦେଇଛନ୍ତି। ଉତ୍ପାଦ ଶ୍ରେଣୀରେ ଉନ୍ନତି, ନେଟଓ୍ବର୍କକୁ ବ୍ୟାପକ କରାଯାଇଛି। ଗ୍ରାହକଙ୍କ ବର୍ଦ୍ଧିତ ଆବଶ୍ୟକତା ପୂରଣ ଦିଗରେ ମଡେଲଟି ସହାୟକ ହୋଇ ପାରିବ ବୋଲି ସେ କହିଛନ୍ତି। ଏଥିରେ ୧୭.୬୪ ସେମିର ଟଚ୍‌ ସ୍କ୍ରିନ ମିଡିଆ ନାଭ୍‌, ଆପଲ କାର୍‌ ପ୍ଲେ, ଆଣ୍ଡ୍ରଏଡ ଅଟୋ, ଭଏସ ରିକଗନିଶନ, ଇକୋ ଗାଇଡ ଗ୍ରାହକ ପାଇପାରିବେ। ମଡେଲଟି ପେଟ୍ରୋଲ ସିଭିଟି, ଡିଜେଲ ଏଏମ୍‌ଟି ଡିଜେଲ ଏଡବ୍ଲୁଡିରେ ଆସୁଛି। କାସ୍ପିଆନ ବ୍ଲୁ, ମାହୋଗାନି ବ୍ରାଉନ ରଙ୍ଗରେ ଏହା ଉପଲବ୍ଧ । ଏହାର ମୂଲ୍ୟ ୭.୯୯ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି।

Share