ବଜାରରେ ହିରୋର ୩ ନୂଆ ମଡେଲ

ଭୁବନେଶ୍ୱର,୧୮-୬: ହିରୋମୋଟୋକର୍ପ ପକ୍ଷରୁ ଓଡ଼ିଶା ବଜାରରେ ସୋମବାର ୩ ନୂଆ ମଡେଲର ବଜାର ପ୍ରବେଶ ହୋଇଛି। ଏହି ମଡେଲଗୁଡିକ ମଧ୍ୟରେ ହିରୋ ମାଏଷ୍ଟ୍ରୋ ଏଜ୍‌ ୧୨୫, ଏକ୍ସପଲ୍‌ସ ୨୦୦ଟି ଏବଂ ଏକ୍ସଟ୍ରିମ ୨୦୦ ଏସ୍‌ ରହିଛି। ନୂଆ ମଡେଲଗୁଡିକୁ କଟକର ଜେଏମ୍‌ଜି ଅଟୋମୋବାଇଲ୍ସ, ସନି ମୋଟର୍ସ, ଏସେନ ଅଟୋମୋବାଇଲ ଶୋ’ରୁମଠାରେ ଉନ୍ମୋଚନ କରାଯାଇଥିଲା। ହିରୋ ମାଏଷ୍ଟ୍ରୋ ଏଜ୍‌ରେ ଗ୍ରାହକମାନେ ଦେଶର ପ୍ରଥମ ସ୍କୁଟର ଭାବେ ଫୁଏଲ ଇଞ୍ଜେକସନ(ଏଫ୍‌ଆଇ) ଟେକ୍ନୋଲୋଜି ପାଇ ପାରିବେ। ଏହାର ଆଇ୩ଏସ୍‌ କାର୍ବ ଭାରିଆଣ୍ଟର ବଜାର ଦର ୬୧,୧୦୦ଟଙ୍କା ଏବଂ ଡିସ୍କ ଭାରିଆଣ୍ଟର ବଜାର ଦର ୬୩,୧୦୦ ଟଙ୍କା ରହିଛି। ସେହିଭଳି ଏକ୍ସପଲ୍‌ସ ୨୦୦ଟି ମଡେଲର ବଜାର ଦର ୯୮,୦୦୦ ଟଙ୍କା ରହିଛି। ଏକ୍ସଟ୍ରିମ ୨୦୦ଏସ୍‌ ସିଟି ପରଫରମାନ୍ସକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଥିବା ବେଳେ ଏହାର ବଜାର ଦର ୯୫,୫୦୦ ଟଙ୍କା ରହିଛି। ଜେଏମ୍‌ଜି ଅଟୋମୋବାଇଲରେ ମଡେଲଗୁଡିକୁ ଶୋ’ରୁମର ମ୍ୟାନେଜିଂ ପାର୍ଟନର ପ୍ରଦୀପ ଅଗ୍ରଓ୍ବାଲ, ହିରୋ ମୋଟୋକର୍ପର ସେଲ୍‌ସ ମ୍ୟାନେଜର ଅଭିନବ କୁମାର ବଜାର ପ୍ରବେଶ କରାଇଥିଲେ। ସେହିଭଳି ସନ୍ନି ମୋଟର୍ସଠାରେ ମ୍ୟାନେଜିଂ ପାର୍ଟନର ଅର୍ଶଦୀପ ସିଂ, ସିନେ ଅଭିନେତା ଅଂଶୁମାନ ମଡେଲର ଶୁଭାରମ୍ଭ କରିଥିଲେ। ଏସେନ ଅଟୋମୋବାଇଲଠାରେ ମ୍ୟାନେଜିଂ ପାର୍ଟନର ସୌରଭ ଥାକର ଯାନଗୁଡିକୁ ଉନ୍ମୋଚନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri