ବଜାର କମିଟି ନାଁରେ ଫେରାଦ ଘଟଣା : ଏସ୍‌ପିଙ୍କୁ ଭେଟିଲେ ବ୍ୟବସାୟୀ

କୋରେଇ,୭ା୬(ସ୍ବ.ପ୍ର.) : ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ପାଇଁ ପୋଲିସ ବାହିନୀ ଗଠିତ ହୋଇଥିଲେ ମଧ୍ୟ କେତେଜଣ ନ୍ୟସ୍ତସ୍ବାର୍ଥ ବ୍ୟକ୍ତିଙ୍କ ପ୍ରରାଚନାରେ ସେମାନେ କର୍ତ୍ତବ୍ୟରେ ଅବହେଳା କରୁଥିବା ଜଣାପଡ଼ିଛି। ଏହାର ଏକ ଉଦାହରଣ ହେଉଛି ମଙ୍ଗଳପୁର ଥାନା। ସିସିଟିଭି ଫୁଟେଜରେ ସମସ୍ତ ଘଟଣା କଏଦ ହୋଇଥିବା ସତ୍ତ୍ୱେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଗତ ୨ ତାରିଖରୁ ଏତଲା ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମାମଲା ରୁଜୁ ହୋଇନାହିଁ। ଶେଷରେ ବାଧ୍ୟ ହୋଇ ଦଳିତ ବ୍ୟବସାୟୀ ଗୁରୁବାର ପାଣିକୋଇଲିସ୍ଥିତ ଜିଲା ପୋଲିସ ମୁଖ୍ୟାଳୟରେ ଏସ୍‌ସପିଙ୍କୁ ଭେଟି ଗୁହାରି କରଛନ୍ତି। ପରେ ତୁରନ୍ତ ମାମଲା ରୁଜୁ କରିବାକୁ ଏସ୍‌ପି ମଙ୍ଗଳପୁର ଥାନାଧିକାରୀ ଅସିତ କୁମାର ମହାନ୍ତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରକାଶ ଯେ, ମଙ୍ଗଳପୁର ଥାନା ପାଲଟପୁର ଗ୍ରାମର ମଦନ ମଲ୍ଲିକ ଗତ ୨୯ ତାରିଖରେ ପାଇଁ ମଙ୍ଗଳପୁରର ପିକେ ଢାବାରେ ଏକ ବିବାହ ଭୋଜି ଆୟୋଜନ କରିଥିଲେ। ଭୋଜି ଚାଲିଥିବାବେଳେ ୨ ଜଣ ଯୁବକ ପହଞ୍ଚି ଖାଦ୍ୟ ମାଗିଥିଲେ। ମାତ୍ର ଭୋଜି ପାଇଁ ଢାବା ରିର୍ଜଭ ହୋଇଥିବାରୁ ହେଟେଲ ମାଲିକ ନିଜର ଅକ୍ଷମତା ପ୍ରକାଶ କରିଥିଲେ। ଫଳରେ ସେମାନେ ଉତ୍‌କ୍ଷିପ୍ତ ହୋଇ ଗାଳିଗୁଲଜ କରିଥିଲେ। ନିମନ୍ତ୍ରିତ ଭଦ୍ର ବ୍ୟକ୍ତିମାନେ ଥିବାରୁ ମଦନ ଓ ହୋଟେଲ ମାଲିକ ପ୍ରତାପ ପାଢୀ ଗାଳିଗୁଲଜକୁ ପ୍ରତିବାଦ କରିଥିଲେ। ଏନେଇ ମଦନ ଓ ପ୍ରତାପ ମଙ୍ଗଳପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଥାନାକୁ ଡାକିଥିଲେ ମଧ୍ୟ ସ୍ଥାନୀୟ ସରପଞ୍ଚ ଓ ବଜାର କମିଟି ପକ୍ଷରୁ ଏହାର ସମାଧାନ କରାଯିବ ବୋଲି କହି ତାଙ୍କୁ ଥାନାରୁ ଆଣିଥିଲେ। ଏହାର ସମାଧାନ ପାଇଁ କମିଟିର ସଭ୍ୟ କ୍ଷତ୍ରୋଦ ଶତପଥୀ ୧ ତାରିଖରେ ମଦନଙ୍କୁ ଦୁର୍ଗା ମଣ୍ଡପକୁ ଡାକିଥିଲେ। ମାତ୍ର ମଦନ ତାଙ୍କ ବୟାନ ରଖିବା ପୂର୍ବରୁ ସଭ୍ୟମାନେ ଉତକ୍ଷୀପ୍ତ ହୋଇ ଗାଳିଗୁଲଜ କରିବା ସହ ଦୋକାନ କରିଦେବୁ ନାହିଁ ବୋଲି କହିଥିଲେ। ମଦନଙ୍କୁ ମାଡ଼ ମାରିବା ସହ ଜୋରଜବରଦସ୍ତ ସାଦା କାଗଜରେ ଦସ୍ତଖତ କରିବାକୁ ବାଧ୍ୟ କରିଥିଲେ। ଏ ନେଇ ୨ ତାରିଖରେ ପୁନଶ୍ଚ ଲିଖିତ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ସହ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୧୩ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ବାଇବାଲିର ପଞ୍ଚାନନ ନାଇକଙ୍କୁ ଏକ ହତ୍ୟା ଧମକ ମାମଲାରେ ଗିରଫ କରିଛନ୍ତି। ଏଥିସହ ତାଙ୍କଠାରୁ ପୋଲିସ...

ମୁର୍ଶିଦାବାଦ ହିଂସା ପାଇଁ ମୋଦି, ଯୋଗୀ, ଶାହା ଦାୟୀ: ଟିଏମସି ବିଧାୟକ

ଚେନ୍ନାଇ,୧୩।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ନୂତନ ୱାକଫ ଆଇନ ବିରୋଧରେ ବଡ଼ ଧରଣର ହିଂସା ଘଟିଛି। ଯେଉଁଥିରେ ୩ ଜଣ ପ୍ରାଣ ହରାଇଥିଲା ବେଳେ ଅନେକ ଆହତ...

ଜଣାପଡ଼ିଲା କେଉଁ ଫୋନ ବ୍ୟବହାର କରୁଛନ୍ତି ବିରାଟ କୋହଲି, ଜାଣନ୍ତୁ ଏହାର ମୂଲ୍ୟ

ନୂଆଦିଲ୍ଲୀ,୧୩।୪: ଭାରତୀୟ କ୍ରିକେଟ ଟିମ୍‌ର ଷ୍ଟାର ଖେଳାଳି ବିରାଟ କୋହଲି କେବଳ ତାଙ୍କର ଚମତ୍କାର ଖେଳ ପାଇଁ ନୁହେଁ ବରଂ ତାଙ୍କର ଜୀବନଶୈଳୀ ଏବଂ ଗ୍ୟାଜେଟ...

୮ଟି ଶ୍ରେଣୀକୁ ୫ କୋଠରି, ବାରଣ୍ଡାରେ ପଢୁଛନ୍ତି ଛାତ୍ରୀଛାତ୍ର

କେସିଙ୍ଗା,୧୩ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଶିକ୍ଷାଦାନ କ୍ଷେତ୍ରରେ ବହୁ ଅବହେଳା ହେଉଛି। ଇତିମଧ୍ୟରେ ଗଣଶିକ୍ଷା ଓ ବିଦ୍ୟାଳୟ ମନ୍ତ୍ରୀ କେସିଙ୍ଗା ପରିଦର୍ଶନ ଆସି...

ଶ୍ରମିକଙ୍କୁ ଲେବର କାର୍ଡ ବଣ୍ଟନ କଲେ ବିଧାୟକ, ଏଣିକି ମିଳିବ ଏସବୁ ସୁବିଧା

କେନ୍ଦୁଝର,୧୩ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନରୁ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନରଣପୁର ପଞ୍ଚାୟତର ବ୍ୟକ୍ତି ସେମାନେ ଲେବର କାର୍ଡ ପାଇବାରୁ ବଞ୍ଚିତ ହୋଇଥିଲେ। ଯାହା ଫଳରେ...

NIA କଷ୍ଟଡିରେ କେମିତି କଟୁଛି ରାଣାଙ୍କ ଦିନ? କରୁଛନ୍ତି ମାତ୍ର ୩ଟି ଜିନିଷ ଡିମାଣ୍ଡ

ନୂଆଦିଲ୍ଲୀ,୧୩।୪: ଦିଲ୍ଲୀରେ ଜାତୀୟ ତଦନ୍ତ ସଂସ୍ଥା (NIA) ର ହେପାଜତରେ ତହଉର ରାଣା କିପରି ଦିନ ବିତାଉଛନ୍ତି, ଏହା ଏପରି ଏକ ପ୍ରଶ୍ନ ଯାହା ଉପରେ...

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ୮ ମୃତ

ଅମରାବତି,୧୩।୪: ଆନ୍ଧ୍ରପ୍ରଦେଶର ଆନାକାପାଲି ଜିଲାରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିଛି। ବିସ୍ଫୋରଣର ଶବ୍ଦ ଏତେ ଜୋରରେ ଥିଲା ଯେ ଲୋକମାନେ ଏହାକୁ ଅନେକ କିଲୋମିଟର...

‘ରିୟଲ ଟାଇମ ଆକ୍ସନ ଫିଲ୍ମ ଦେଖିବାକୁ ଭଲ ପାଆନ୍ତି ମମତା’, କାହିଁକି ଏମିତି କହିଲେ ଅନିଲ

କୋଲକାତା,୧୩।୪: ପଶ୍ଚିମବଙ୍ଗରେ ୱକଫ ଆଇନ ବିରୋଧରେ ହେଉଥିବା ପ୍ରତିବାଦ ଉପରେ ପ୍ରତିକ୍ରିୟା ଦେଇ ହରିୟାଣା କ୍ୟାବିନେଟ ମନ୍ତ୍ରୀ ଅନିଲ ବିଜ ଏଥିପାଇଁ ସେଠାକାର ସରକାରଙ୍କ ଭୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image