ଛତିଆ,୪ା୧୦(ଡି.ଏନ୍.ଏ.): ଛତିଆ ବଜାରରେ ଦୀର୍ଘଦିନ ଧରି ପଡିରହିଥିବା ଅଳିଆ ଆବର୍ଜନାକୁ ଗୁରୁବାର ମଣିଆସ୍ଥିତ ଡିଏଭି ପଦ୍ମାବତୀ ସ୍କୁଲ ଛାତ୍ରୀଛାତ୍ର ସଫା କରିଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀ ପୂର୍ଣ୍ଣା ଶର୍ମାଙ୍କ ନେତୃତ୍ୱରେ ୫୦ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ର ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଛତିଆ ବାଇପାସ୍ ଛକଠାରୁ ରାସ୍ତା ଉଭୟ ପାର୍ଶ୍ୱରେ ପଡ଼ିଥିବା ଅଳିଆ ଆବର୍ଜନାଗୁଡିକୁ ସଫା କରାଯାଇଥିଲା। ଏହି ସଫେଇ ଅଭିଯାନ ଛତିଆ ପଞ୍ଚାୟତ କାର୍ଯ୍ୟାଳୟଠାରେ ଶେଷ ହୋଇଥିଲା। ଏହି ଅବସରରେ ପ୍ଲାଷ୍ଟିକ, ପଲିଥିନ୍ ବର୍ଜନ ଏବଂ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନ ବାର୍ତ୍ତା ଦିଆଯାଇଛି। ଜୟମିତ୍ରା ରାଉଳ, ସୁବ୍ରତ ଆଚାର୍ଯ୍ୟ, ପ୍ରଶାନ୍ତ କୁମାର ଦାସ, ସସ୍ମ୍ମିତା ଦାସ, ମଧୁସ୍ମିତା ପତି ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜେନ୍ଦ୍ର ମହାନ୍ତି, ଅମିତ୍ କୁମାର ସାହୁ, ପଦ୍ମଲୋଚନ ସାହୁ, ସୌମ୍ୟରଞ୍ଜନ ଓତା, ବିଶ୍ୱଜିତ୍ ତରାଇ, ସମରେନ୍ଦ୍ର ଦାସ, ଉତାନପାଦ ସ୍ବାଇଁ, ହରିହର ନାଥ, ମନୋଜ କୁମାର ସାହୁ, ସୀତାକାନ୍ତ ପୃଷ୍ଟି, ପୂର୍ଣ୍ଣ ଚନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅଞ୍ଚଳର ବୁଦ୍ଧିଜୀବୀ ଏବଂ ବଜାର ବଣିକ ସଂଘ ପ୍ରଶଂସା କରିଛନ୍ତି।