ନୂଆଦିଲ୍ଲୀ,୫।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଶୁକ୍ରବାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ତେବେ ସାଧାରଣ ଜନତାଙ୍କ ନଜର ଏଥର ବଜେଟରେ କ’ଣ ଶସ୍ତା ଓ କ’ଣ ମହଙ୍ଗା ହୋଇଛି। ବିଶେଷ କରି ପେଟ୍ରୋଲ, ଡିଜେଲ ଓ ସୁନା ଦାମ ବଢିଥିବା ଜଣାପଡିଛି। ସେହିପରି ଶସ୍ତା ସାମଗ୍ରୀ ମଧ୍ୟରେ ରହିଛି, ଡିଫେନ୍ସ ଇକ୍ୟୁପମେଣ୍ଟସ୍, ଇଲକ୍ଟ୍ରୋନିକ୍ ଯାନବାହନ ଓ ଏହାର ପାର୍ଟସ୍, ଧୂପବତୀ, ଚଷମା ଫ୍ରେମ୍, ବୋତଲ କଣ୍ଟେନର, ହୋମ୍ ଲୋନ୍, ସାମ୍ପୁ, ହେୟାର ଅଏଲ, ଟୁଥପେଷ୍ଟ, ଓ୍ବାଶିଂ ପାଉଡର, ବ୍ରିଫକେସ୍, ଯାତ୍ରୀ ବ୍ୟାଗ, ବାସନ କୁସନ, ପାସ୍ତା, ସ୍ୟାନିଟାରୀ ନାପକିନ୍ ଇତ୍ୟାଦି। ସେହିପରି ମହଙ୍ଗା ସାମଗ୍ରୀ ମଧ୍ୟରେ ରହିଛି ଭିଡିଓ ରେକର୍ଡର, ଅଟୋ ପାର୍ଟସ୍, ସିସିଟିଭି କ୍ୟାମେରା, ସୁନା ଚାନ୍ଦି, ପେଟ୍ରୋଲ, ଡିଜେଲ ଇତ୍ୟାଦି।