ବଜେଟରେ ସାଧାରଣ ଜନତା

ଜୁଲାଇ  ୨୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ ଉପସ୍ଥାପନ କରିଥିଲେ। ପୂର୍ବଥର ଭଳି ବଜେଟ ଏଥର ଦେଶର ସାଧାରଣ ଜନତା ବିଶେଷ କରି କୃଷକ, ଶ୍ରମିକ, ଯୁବକ, ମହିଳା ଏପରିକି ମଧ୍ୟବିତ୍ତ ଶ୍ରେଣୀକୁ ନିରାଶ କରିଛି। ବଜେଟରେ ଦେଶର ଅର୍ଥନୈତିକ ବିକାଶ କିମ୍ବା ରୋଜଗାର ସୃଷ୍ଟି ନେଇ ସରକାରଙ୍କ ରାଜନୈତିକ ଇଚ୍ଛାଶକ୍ତିର କୌଣସି ଝଲକ ଦେଖିବାକୁ ମିଳିଲାନି। ଏଥିରେ କୃଷକମାନଙ୍କ ପାଇଁ ନା କିଛି ଘୋଷଣା ରହିଛି ନା ଯୁବତୀଯୁବକମାନଙ୍କ ପାଇଁ ରହିଛି କିଛି ଆଶା । ସରକାର ସାଧାରଣ ଜନତାଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ବାବଦରେ ବ୍ୟୟବରାଦ ବୃଦ୍ଧି କରି ନଥିବା ବେଳେ କୃଷକ ଓ ଗରିବ ଲୋକଙ୍କ ପାଇଁ ଦିଆଯାଉଥିବା ସାର ଓ ଖାଦ୍ୟ ସବ୍‌ସିଡିକୁ ହ୍ରାସ କରିଛନ୍ତି। ପରିତାପର ବିଷୟ, ଦେଶର ରାଜକୋଷୀୟ ନିଅଣ୍ଟକୁ କମାଇବା ପାଇଁ ସରକାର ବଜେଟରେ ସୁପର ମୁନାଫା କମାଇଥିବା କର୍ପୋରେଟ୍‌ମାନଙ୍କ ଉପରେ କୌଣସି ଅତିରିକ୍ତ ଟିକସ ପକାଇ ନାହାନ୍ତି। ବରଂ ଓଲଟା ରୋଜଗାର ବୃଦ୍ଧିକୁ ପ୍ରୋତ୍ସାହନ ଦେବା ନାଁରେ କର୍ପୋରେଟଙ୍କ ପାଇଁ ବିପୁଳ ପରିମାଣର ଆର୍ଥିକ ରିହାତି ଘୋଷଣା କରି ସେମାନଙ୍କ ମୁନାଫାକୁ ବଢ଼ାଇବାକୁ ଚେଷ୍ଟା କରିଛନ୍ତି।
କୃଷିରେ ବର୍ଦ୍ଧିତ ଉପତ୍ାଦନ ଖର୍ଚ୍ଚ, ଫସଲର ଉପଯୁକ୍ତ ମୂଲ୍ୟ ନ ମିଳିବା ଏବଂ ସର୍ବୋପରି ବର୍ଦ୍ଧିତ ଋଣଭାର ଲାଗି କୃଷକମାନଙ୍କ ଆୟ କମିବାରେ ଲାଗିଛି। ସରକାର ପୂର୍ବରୁ କୃଷକଙ୍କ ଆୟକୁ ଦୁଇ ଗୁଣ କରିବାକୁ ଘୋଷଣା କରିଥିଲେ ମଧ୍ୟ ତାହା ଏଯାଏ ଦେଖିବାକୁ ମିଳିଲାନି। ଚଳିତ ବଜେଟରେ ସରକାର ଦେଶର କୃଷି ଓ କୃଷକଙ୍କ ସଙ୍କଟକୁ ଦୂର କରିବା ଦିଗରେ କୌଣସି ଆର୍ଥିକ ସହାୟତା ଘୋଷଣା କରିବା ଦେଖାଗଲାନି। ଏପରିକି କୃଷି ସହାୟତା ନାଁରେ ଛଅ ବର୍ଷ ତଳେ ଆରମ୍ଭ ହୋଇଥିବା ପିଏମ୍‌ କିଷାନ୍‌ ଯୋଜନାରେ ଦିଆଯାଉଥିବା ବାର୍ଷିକ ୬ ହଜାର ଟଙ୍କାକୁ ବୃଦ୍ଧି କରାଗଲାନି। କୃଷକମାନଙ୍କ ଦାବି ମୁତାବକ ଏମ୍‌ଏସ୍‌ପିକୁ ଆଇନଗତ ମାନ୍ୟତା ଦେବାକୁ ସରକାର ଚାହିଁନାହାନ୍ତି। ଉପତ୍ାଦନ ଖର୍ଚ୍ଚକୁ କମାଇବାକୁ କୃଷି ଯନ୍ତ୍ରପାତି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଜିନିଷରେ କୃଷକମାନେ ଦେଉଥିବା ଅତ୍ୟଧିକ ଜିଏସ୍‌ଟି (୧୮-୨୮%)କୁ ହ୍ରାସ କରିବାକୁ ତ ବଜେଟରେ ସରକାର ଘୋଷଣା କରିନାହାନ୍ତି, ଓଲଟା ସାର ଓ ଖାଦ୍ୟରେ ଦିଆଯାଉଥିବା ସବ୍‌ସିଡି କମାଇବା ଫଳରେ କୃଷିକାର୍ଯ୍ୟକୁ ଅଧିକ ଖର୍ଚ୍ଚବହୁଳ କରିଛନ୍ତି।
ଗତ ଦଶବର୍ଷ ମଧ୍ୟରେ ଋଣଭାର ସମେତ ବିଭିନ୍ନ କାରଣରୁ ଦୈନିକ ହାରାହାରି ୩୦ରୁ ଊର୍ଦ୍ଧ୍ୱ କୃଷକ ଆତ୍ମହତ୍ୟା କରୁଥିବା ବେଳେ ସରକାର ବଜେଟରେ ସେମାନଙ୍କ ଋଣଛାଡ଼ ନେଇ ନୀରବ ରହିଛନ୍ତି। ଅଥଚ ଗତ ଦଶବର୍ଷ ମଧ୍ୟରେ ଦେଶର ବଡ଼ କର୍ପୋରେଟ୍‌ମାନଙ୍କ ୧୬ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଋଣକୁ ଛାଡ଼ କରି ଦିଆଯାଇଛି। କୃଷି ପାଇଁ ସରକାରଙ୍କ ବଡ଼ ବଡ଼ ପ୍ରତିଶ୍ରୁତି ସତ୍ତ୍ୱେ ଚଳିତ ବଜେଟରେ ସେ ବାବଦରେ ବ୍ୟୟବରାଦ ଦୁର୍ଭାଗ୍ୟଜନକ। ଦେଶର ଜନସଂଖ୍ୟାର ୪୫%ରୁ ଅଧିକ କୃଷି ଉପରେ ନିର୍ଭରଶୀଳ ଥିବା ବେଳେ ସରକାର ବଜେଟର ମାତ୍ର ୩.୫% କୃଷି ବାବଦରେ ବରାଦ କରିଛନ୍ତି। ଏପରିକି ୨୦୧୯-୨୦ର ବଜେଟ ତୁଳନାରେ ଚଳିତ ବଜେଟରେ କୃଷିରେ ୫.୪୪% କମ୍‌ ବରାଦ ହୋଇଛି। ୨୦୨୩-୨୪ରେ ୧,୧୬,୭୮୮ କୋଟି ବ୍ୟୟବରାଦ ହୋଇଥିବା ବେଳେ ଚଳିତ ବଜେଟରେ ୧,୨୨,୫୨୮ କୋଟି ବରାଦ ହୋଇଛି। କେବଳ ସେତିକି ହିଁ ନୁହେଁ ବିଭିନ୍ନ କାରଣରୁ ୨୦୨୨-୨୩ ତୁଳନାରେ ୨୦୨୩-୨୪ରେ କୃଷିରେ ବୃଦ୍ଧିର ହାର ୪.୭% ରୁ ୧.୪% କୁ କମିଥିବା ବେଳେ ବଜେଟରେ କିନ୍ତୁ ବ୍ୟୟବରାଦ ବଢ଼ିନି। ବଜେଟରେ କୃଷକମାନଙ୍କୁ ଦିଆଯାଉଥିବା ସାରରେ ସବ୍‌ସିଡିର ପରିମାଣକୁ ହ୍ରାସ କରାଯାଇଛି। ସାର ସବ୍‌ସିଡି ବାବଦରେ ବ୍ୟୟ ଗତବର୍ଷ ୧,୮୮,୯୪୯ କୋଟି ଥିବା ବେଳେ ଚଳିତ ବର୍ଷ ତାହା ୧,୬୪,୧୮୦ କୋଟିକୁ ହ୍ରାସ ପାଇଛି। ସାର ସବ୍‌ସିଡିରେ ଏହି ୨୪,୮୯୪ କୋଟି ଟଙ୍କା ହ୍ରାସର ପ୍ରଭାବ ସିଧାସଳଖ ଦେଶର କୃଷକମାନଙ୍କ ଉପରେ ପଡ଼ିବ। ସେମାନଙ୍କ ଫସଲର ଉପତ୍ାଦନ ଖର୍ଚ୍ଚକୁ ଅକାରଣରେ ବଢ଼ାଇବ।
ବଜେଟରେ ଖାଦ୍ୟ ବାବଦରେ ଦିଆଯାଉଥିବା ସବ୍‌ସିଡିରେ ୭୦୮୨ କୋଟି ହ୍ରାସ କରି ସରକାର ଦେଶର କୋଟି କୋଟି ଗରିବ ଲୋକଙ୍କ ଖାଦ୍ୟ ସୁରକ୍ଷା ଉପରେ ସିଧାସଳଖ ପ୍ରହାର କରିଛନ୍ତି। ଗତ ବଜେଟରେ ତାହା ୨,୨୧,୯୨୪ କୋଟି ଥିବା ବେଳେ ଚଳିତ ବଜେଟରେ ତାକୁ ୨,୧୭,୦୧୯ କୋଟି ଟଙ୍କାକୁ ହ୍ରାସ କରାଯାଇଛି। ଖାଦ୍ୟ ସବ୍‌ସିଡିରେ ଏହି ହ୍ରାସର ପ୍ରଭାବ ଉଭୟ କୃଷି ଓ ଖାଦ୍ୟ ସୁରକ୍ଷା ଉପରେ ପଡ଼ିବାକୁ ଯାଉଛି। ଦେଶର ଅଧିକରୁ ଅଧିକ ଗରିବ ଲୋକ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବେ ଏବଂ ସରକାର କୃଷକମାନଙ୍କ ଉପତ୍ାଦିତ ଫସଲକୁ କମ୍‌ କିଣିବେ। ଦେଶରେ କ୍ଷୁଧାର ସ୍ଥିତି କେତେ ଉଦ୍‌ବେଗଜନକ ତାହା ବିଶ୍ୱ କ୍ଷୁଧା ସୂଚକାଙ୍କର ରିପୋର୍ଟରେ ବାରମ୍ବାର ପ୍ରତିଫଳିତ ହୋଇଛି। ଏହା ବ୍ୟତୀତ ଦେଶର ଅଶୀ କୋଟିରୁ ଅଧିକ ଲୋକ ମାସିକ ପାଞ୍ଚ କିଲୋ ମାଗଣା ଚାଉଳରେ ବଞ୍ଚି ରହିବା ଦେଶର ଖାଦ୍ୟ ସୁରକ୍ଷାର ସ୍ଥିତିକୁ ପ୍ରମାଣିତ କରୁଛି। ଏଭଳି ପରିସ୍ଥିତିରେ ସରକାର ଖାଦ୍ୟ ସୁରକ୍ଷା ବାବଦରେ ଅଧିକ ବ୍ୟୟବରାଦ କରିବା ପରିବର୍ତ୍ତେ ଖାଦ୍ୟ ସବ୍‌ସିଡିକୁ ହ୍ରାସ କରି ଦେଶର କୋଟି କୋଟି ଗରିବ ଲୋକଙ୍କୁ ଯେ କ୍ଷୁଧା ଭିତରକୁ ଠେଲି ଦେଉଛନ୍ତି, ଏହା ବଜେଟରୁ ସ୍ପଷ୍ଟ ହୋଇଯାଇଛି।
ବଜେଟରେ କୃଷି ଓ ଗ୍ରାମ୍ୟ ଉନ୍ନୟନ ବାବଦରେ ବ୍ୟୟବରାଦ ଜିଡିପିର ଶତାଂଶ ହିସାବରେ ସ୍ଥିର ରହିଛି। ଗ୍ରାମାଞ୍ଚଳରେ ଲୋକଙ୍କୁ ରୋଜଗାର ଦେଉଥିବା ଏକମାତ୍ର ସରକାରୀ ଯୋଜନା ମନରେଗା ପୁଣିଥରେ ସରକାରୀ ଅବହେଳାର ଶିକାର ହୋଇଛି। ଗତବର୍ଷ ତୁଳନାରେ ମନରେଗା ବାବଦରେ ସରକାର କମ୍‌ ବ୍ୟୟବରାଦ କରିଛନ୍ତି।
୧୪୦ କୋଟି ଜନସଂଖ୍ୟାର ଦେଶରେ ସରକାର ବଜେଟରେ ସ୍ବାସ୍ଥ୍ୟସେବା ବାବଦରେ ମାତ୍ର ୮୯,୦୦୦ କୋଟି ବ୍ୟୟବରାଦ କରିଥିବା ବେଳେ ଶିକ୍ଷା ବାବଦରେ ମାତ୍ର ୧.୨୬ ଲକ୍ଷ କୋଟି ବ୍ୟୟବରାଦ କରିଛନ୍ତି। ଭାରତକୁ ବିକଶିତ ଦେଶରେ ପରିଣତ କରିବାକୁ ଲକ୍ଷ୍ୟ ରଖିଥିବା ସରକାର ସ୍ବାସ୍ଥ୍ୟସେବା ଓ ଶିକ୍ଷା କ୍ଷେତ୍ରରେ ବ୍ୟୟ କରିବାରେ ବିଶ୍ୱର ସମସ୍ତ ବିକଶିତ ଦେଶଠାରୁ ଯେ ଅନେକ ପଛରେ ରହିଛନ୍ତି, ଚଳିତ ବଜେଟରୁ ଏହା ପ୍ରମାଣିତ ହୋଇଛି।
ଦେଶରେ ବେକାରି ହାର ଗତ ଚାରି ଦଶନ୍ଧି ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ଛି। ବାର୍ଷିକ ଦୁଇ କୋଟି ରୋଜଗାରର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ସରକାର ଗତ ଦଶବର୍ଷ ଶାସନକାଳରେ ଏ ଦିଗରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଚଳିତ ବଜେଟରେ ଦେଶରେ ରୋଜଗାର ସୃଷ୍ଟି ଦିଗରେ କୌଣସି ଠୋସ୍‌ ଘୋଷଣା ନକରି ସରକାର ଦେଶର ଯୁବତୀ ଯୁବକଙ୍କୁ ନିରାଶ କରିଛନ୍ତି। ଅର୍ଥନୀତିରେ ଚାହିଦା ତିଆରି କରିବାକୁ ପଦକ୍ଷେପ ନିଆଯିବା ବଦଳରେ କେବଳ ଯୋଗାଣ ବଢ଼େଇବାକୁ ପଦକ୍ଷେପ ନିଆଯାଇଛି। କାରଣ ଚାହିଦା ନ ବଢ଼ିଲେ ଉପତ୍ାଦନରେ ବୃଦ୍ଧି ଘଟିବନି ଏବଂ ଉପତ୍ାଦନରେ ବୃଦ୍ଧି ନ ଘଟିଲେ ନୂତନ ରୋଜଗାର ସୃଷ୍ଟି ହେବନି। ବରଂ ଏହାର ବିପରୀତ ସରକାର କମ୍ପାନୀମାନଙ୍କୁ ଇନ୍‌ସେଣ୍ଟିଭ୍‌ ନାଁରେ ଆର୍ଥିକ ସହାୟତା ଦେଇ ରୋଜଗାର ବଢ଼େଇବାକୁ ଲକ୍ଷ୍ୟ ରଖିଛନ୍ତି।
ସରକାର ନୂଆ ରୋଜଗାର ଦେବା କଥା ତ କହିନାହାନ୍ତି ବରଂ ଯୋଜନାରେ ସରକାର ନୂଆରେ ଚାକିରି ପାଉଥିବା ପ୍ରତ୍ୟେକ ବ୍ୟକ୍ତିର ଇପିଏଫ୍‌ ବାବଦରେ ତା’ର ନିଯୁକ୍ତିଦାତା କମ୍ପାନୀକୁ ମାସିକ ୩ହଜାର ଟଙ୍କା ଲେଖାଏଁ ଦୁଇ ବର୍ଷରେ ୭୨ ହଜାର ଟଙ୍କା ପ୍ରଦାନ କରିବେ। ଏହାଦ୍ୱାରା କେତେ ନୂଆ ରୋଜଗାର ସୃଷ୍ଟି ହେବ ତାହା ଦୂରର କଥା କିନ୍ତୁ ରୋଜଗାର ସୃଷ୍ଟି ନାଁରେ ଏହାଦ୍ୱାରା ବଡ଼ କମ୍ପାନୀଙ୍କୁ ସବ୍‌ସିଡି ଦେଇ ସରକାର ସେମାନଙ୍କ ମୁନାଫାକୁ ଆହୁରି ବଢ଼ାଇବାକୁ ଚାହୁଁଛନ୍ତି, ଏଥିରେ ସନ୍ଦେହ ନାହିଁ।
ଦେଶର ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ଲୋକଙ୍କୁ ମିଳୁଥିବା ମାସିକ ସାମାଜିକ ସୁରକ୍ଷା ପେନସନ୍‌ରେ ଏଥର କୌଣସି ବୃଦ୍ଧି ହୋଇନାହିଁ। ଦେଶରେ ସାଂସଦ, ବିଧାୟକ ଓ ସରକାରୀ କର୍ମଚାରୀଙ୍କ ଦରମାରେ ବହୁଗୁଣ ବୃଦ୍ଧି ହୋଇଥିବା ବେଳେ ତଥା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ୍‌ ଅନେକ ଗୁଣ ବଢ଼ିଥିବା ସତ୍ତ୍ୱେ ସରକାର ଉପରୋକ୍ତ ପେନସନ୍‌ ରାଶିରେ ଟଙ୍କାଟିଏ ବୃଦ୍ଧି କରିନାହାନ୍ତି।
ମୋ: ୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମୌସୁମୀ କାପାଡ଼ିଆଙ୍କ ସାହସିକ ଯାତ୍ରା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାଦାୟୀ କାହାଣୀ। ରିଜିଡ୍‌ ସ୍ପାଇନ ମସ୍କୁଲାର ଡିସ୍‌ଟ୍ରୋଫି( ଆର୍‌ଏସ୍‌ଏମ୍‌ଡି) ରୋଗରେ ପୀଡ଼ିତ ତାଙ୍କ ବଡ଼ ପୁଅ...

ଦରିଦ୍ରଙ୍କୁ ଦୁରାଚାରରୁ ମୁକ୍ତି

ବୃହସ୍ପତି ସାମଲ ଶନାଲ କ୍ରାଇମ୍‌ ରେକଡର୍‌ସ ବ୍ୟୁରୋର ୨୦୨୧ ତଥ୍ୟାନୁଯାୟୀ ଭାରତରେ ଘଟୁଥିବା ମୋଟ ଅପରାଧରୁ ୨୮% ଦାରିଦ୍ର୍ୟ ସହ ଜଡ଼ିତ। ୟୁନାଇଟେଡ୍‌ ନେସନ୍ସ ଅଫିସ...

ଶାଶ୍ୱତ ସୁଖର ଚଲାପଥ

ଯଚିଦାନନ୍ଦ ଦାଶ ପାଠକେ, ଆପଣ ଦେଖିଥିବେ, ଅଧିକାଂଶ ଧନୀ ଓ କୋଟିପତି ବ୍ୟକ୍ତିମାନେ ସବୁ ସମୟରେ ବ୍ୟସ୍ତତା ଓ ଚିନ୍ତିତ ଅବସ୍ଥାରେ ସମୟ ଅତିବାହିତ କରିଥାନ୍ତି।...

ଅଥର୍ବ ବେଦ ଓ ଋଷି ପିପ୍ପଳାଦ

ଅଥର୍ବ ବେଦର ସ୍ତୋତ୍ରଗୁଡ଼ିକରେ ସହାୟତା ଓ ଚିକିତ୍ସା ସମ୍ପର୍କିତ ମନ୍ତ୍ର ରହିଛି। ଏପରିକି ଏଥିରେ କ୍ଷତି କରୁଥିବା ମନ୍ତ୍ର ମଧ୍ୟ ରହିଛି। ଏହାକୁ ଯେଉଁ ଋଷି...

ବୃହତ୍ତମ ସୁପରମୁନ୍‌ ଓ ଜନମତ

ଅକ୍ଟୋବର ୧୭ ତାରିଖ, ଗୁରୁବାର। ୨୦୨୪ମସିହାର ୨୯୧ତମ ଦିନ ଓ ୪୨ତମ ସପ୍ତାହର ୪୨ତମ ଗୁରୁବାର। ସେଦିନ ପଡୁଛି ପୂର୍ଣ୍ଣିମା, କିନ୍ତୁ ଏବର୍ଷର ନିଆରା ପୂର୍ଣ୍ଣିମା।...

ଆଇନଗତ ଦ୍ୱନ୍ଦ୍ୱରେ ଶିଶୁ

କିଶୋର/କିଶୋରୀମାନେ ଅପରାଧରେ ସାମିଲ ହେବାର ଅନେକ ଉଦାହରଣ ଏବେ ଲୋକଲୋଚନକୁ ଆସୁଛି। ତେବେ ଏହି ନାବାଳକ/ନାବାଳିକାମାନେ ପେସାଦାର ଅପରଧୀ। ଏମାନଙ୍କ ଅପରାଧର ପୃଷ୍ଠଭୂମି ଅଛି ନା...

କାନାଡା ସମ୍ପର୍କ ତୁଟିଲା

ଖଲିସ୍ତାନ ସପକ୍ଷବାଦୀ ନେତା ତଥା ଭାରତ ପକ୍ଷରୁ ଆତଙ୍କବାଦୀ ଘୋଷିତ ହୋଇଥିବା ହରଦୀପ ସିଂ ନିଜ୍ଜାର ହତ୍ୟା ଘଟଣାରେ ଭାରତୀୟ ଉଚ୍ଚାୟୁକ୍ତ ଓ ଅନ୍ୟ କୂଟନୀତିଜ୍ଞମାନଙ୍କୁ...

ଧାଡ଼ି ଶେଷର ମଣିଷ

ଧାଡ଼ିର ଶେଷରେ ଠିଆ ହୋଇଛନ୍ତି ଆପଣ। ଧୀରେ ଧୀରେ ଲୋକମାନେ ଆଗକୁ ବଢୁଛନ୍ତି। ନିଜ ଭିତରେ ବିରକ୍ତ ହେଉଥିବେ। କ’ ଣ ପାଇଁ ଆସିଲି। ଟିକେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri