ନୂଆଦିଲ୍ଲୀ,୬।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଶୁକ୍ରବାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିଲେ। ଏଥିରେ ସେ ପେଟ୍ରୋଲ ଓ ଡିଜେଲରେ ଏକ ଟଙ୍କା ସେସ୍ ଓ ଏକ ଟଙ୍କା ଏକ୍ସାଇଜ୍ ଡ୍ୟୁଟି ବଢାଇବାକୁ ଘୋଷଣା କରିଥିଲେ। ତେବେ ଏହି ଘୋଷଣାର ୨୪ ଘଣ୍ଟା ନ ପୁରୁଣୁ ଅର୍ଥାତ୍ ଶନିବାର ସକାଳୁ ପେଟ୍ରୋଲ୍ ଲିଟର ପିଛା ୨ଟଙ୍କା ୫୦ ପଇସା ଓ ଡିଜେଲ ଲିଟର ପିଛା ୨ଟଙ୍କା ୩୦ ପଇସା ବଢିଯାଇଛି। ଫଳରେ ସକାଳୁ ସକାଳୁ ପେଟ୍ରୋଲ ପମ୍ପରେ ବଜେଟର ସାଇଡ୍ ଇଫେକ୍ଟ ଦେଖିବାକୁ ମିଳିଛି। ଏଥିରେ ଅଧିକାଂଶ ଗ୍ରାହକ ଅସନ୍ତୁଷ୍ଟ ଥିବା ପରିଲକ୍ଷିତ ହୋଇଛି।