ନୂଆଦିଲ୍ଲୀ,୧୭।୬: ନୂଆ ଲୋକ ସଭାର ବଜେଟ୍ ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅନୁପସ୍ଥିତ ରହିଛନ୍ତି। ସେ କେରଳର ଓ୍ବାୟନାଡ୍ ଗସ୍ତରୁ ଆସି ସୋମବାର ଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କୁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସାକ୍ଷାତ୍ କରିଛନ୍ତି। ଲୋକ ସଭାରେ ରାହୁଲଙ୍କ ଅନୁପସ୍ଥିତି ନେଇ ଭାଜପା ପକ୍ଷରୁ ପ୍ରଶ୍ନ କରାଯାଇଥିଲା। ଭାଜପା ଆଇଟି ସେଲ୍ ପ୍ରମୁଖ ଅମିତ ମାଲବ୍ୟ ଟୁଇଟ କରି ରାହୁଲଙ୍କ ଅନୁପସ୍ଥିିତି ସମ୍ପର୍କରେ ଜଣାଇଛନ୍ତି। ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ରାହୁଲଙ୍କର କିଭଳି ସମ୍ମାନ ରହିଛି ତାହା ଏଥିରୁ ଜଣାପଡୁଥିବା ମାଲବ୍ୟ କହିଛନ୍ତି।