Categories: ବାଣିଜ୍ୟ

ବଜେଟ୍‌ ପୂର୍ବରୁ ଶେୟାର ମାର୍କେଟ୍‌ରେ ରେକର୍ଡ, ୮୦ ହଜାର ଟପିଲା ସେନ୍‌ସେକ୍ସ

ମୁମ଼୍ବାଇ, ୨ା୭: ମଙ୍ଗଳବାର ଭାରତର ଶେୟାର ମାର୍କେଟ୍‌ ନୂଆ ସ୍ତରରେ ପହଞ୍ଚି ରେକର୍ଡ କରିଛି । ପ୍ରଥମଥର ପାଇଁ ବମ଼୍େବ ଷ୍ଟକ୍‌ ଏକ୍ସଚେଞ୍ଜର ୩୦ ଶେୟାର ବିଶିଷ୍ଟ ସେନ୍‌ସେକ୍ସ ୮୦ ହଜାର ପଏଣ୍ଟ ପାର କରି ଇତିହାସ ରଚିଛି । କାରବାର ଆରମ୍ଭ ପୂର୍ବରୁ ଆଜି ମାର୍କେଟ୍‌ରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି । ସେନ୍‌ସେକ୍ସରେ ପାଖାପାଖି ୩୦୦ ଅଙ୍କ ବୃଦ୍ଧି ପାଇ ମାର୍କେଟ୍‌ ଖୋଲିଛି । କାରବାର ଆରମ୍ଭ ପରେ ବି ସେନ୍‌ସେକ୍ସ ଏବଂ ନିଫ୍ଟି ସର୍ବୋଚ୍ଚ ସ୍ତରରେ ଟ୍ରେଣ୍ଡ୍‌ କରୁଛି ।

ମଙ୍ଗଳବାର କାରବାର ଆରମ୍ଭରୁ ସେନ୍‌ସେକ୍ସ ୦.୨୭ ପ୍ରତିଶତ ବୃଦ୍ଧିପାଇ ୭୯,୬୮୭.୪୯ ପଏଣ୍ଟରେ ଖୋଲିଥିଲା । କିଛି ସମୟ ପରେ ଏହା ୭୯,୮୫୫.୮୭ ରେ ପହଞ୍ଚିଯାଇଥିଲା । ଅନ୍ୟପଟେ ନିଫ୍ଟି କାରବାର ଅରମ୍ଭରୁ ୬୦.୨୦ ଅଙ୍କ ବୃଦ୍ଧି ପାଇ ୨୪,୨୦୨.୨୦ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା । କାରବାର ଆରମ୍ଭ ପୂର୍ବରୁ ସେନ୍‌ସେକ୍ସ ୮୦,୧୨୯ ପଏଣ୍ଟରେ ପହଞ୍ଚିଥିଲା ।

Share