ନୂଆଦିଲ୍ଲୀ,୨୬।୭(ଆଇଏଏନ୍ଏସ୍):ପାର୍ଲାମେଣ୍ଟ ଅଧିବେଶନ ଅଗଷ୍ଟ ୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସରକାରଙ୍କ ଅନୁରୋଧ କ୍ରମେ ଲୋକ ସଭା ଅଧିବେଶନ ଅଗଷ୍ଟ ୭ ପର୍ଯ୍ୟନ୍ତ ବୃଦ୍ଧି କରାଗଲା ବୋଲି ବାଚସ୍ପତି ଓମ୍ ବିର୍ଲା ଘୋଷଣା କରିଥିଲେ। ୨୦ରୁ ଊର୍ଦ୍ଧ୍ୱ ବିଲ୍ ଆଲୋଚନା ଅପେକ୍ଷାରେ ରହିଥିବାରୁ ଅଧିବେଶନ ସମୟସୀମା ବଢ଼ାଇବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ। ୨୩ ତାରିଖରେ ଅନୁଷ୍ଠିତ ଭାଜପା ସଂସଦୀୟ ଦଳ ବୈଠକରେ ଅଧିବେଶନ ସମୟସୀମା ବୃଦ୍ଧି ନିଷ୍ପତ୍ତି ନିଆଯାଇଥିଲା। ଏ ସମ୍ପର୍କରେ ବୁଧବାର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା। ସୂଚନାଯୋଗ୍ୟ, ଜୁନ୍ ୧୭ରୁ ଆରମ୍ଭ ହୋଇଥିବା ପାର୍ଲାମେଣ୍ଟ ଅଧିବେଶନ ଜୁଲାଇ ୨୬ରେ ଶେଷ ହେବାର ଥିଲା।