ବଜେଟ ଅଧିବେଶନ ପାଇଁ ସର୍ବଦଳୀୟ ବୈଠକ ଆଜି

ଭୁବନେଶ୍ୱର,୧୩ା୨(ବ୍ୟୁରୋ): ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି। ଚଳିତ ମାସ ୧୮ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ଅଧିବେଶନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଗୁରୁବାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ଶାସକ ବିଜେଡି, ବିରୋଧୀ ଭାଜପା, କଂଗ୍ରେସ ଏବଂ ସିପିଏମ୍‌ର ପ୍ରତିନିଧିମାନେ ଯୋଗଦେବେ। ଅନୁରୂପଭାବେ ବିଜେଡି ବିଧାୟକ ଦଳ ବୈଠକ ମଧ୍ୟ ୫ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଧାନସଭାର ୫୪ ନଂ. ପ୍ରକୋଷ୍ଠରେ ଅନୁଷ୍ଠିତ ହେବ। ମୁଖ୍ୟ ବିରୋଧୀ ଭାଜପା ପକ୍ଷରୁ ମଧ୍ୟ ଅପରାହ୍ନ ୧ଟାରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ଅନୁରୂପଭାବେ କଂଗ୍ରେସର କେତେଜଣ ବିଧାୟକ ଏକାଠି ବସି ବିଧାନସଭା ରଣନୀତି ପ୍ରସ୍ତୁତ କରିବେ ବୋଲି ଜଣାପଡିଛି।

Share