Categories: ଜାତୀୟ

ବଜେଟ ଉପସ୍ଥାପନ ପୂର୍ବରୁ କଶ୍ମୀର କବିତା ପଢିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧।୨: କେନ୍ଦ୍ରୀୟ ବଜେଟକୁ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ଭାବେ ସେ ତାଙ୍କର ଦ୍ୱିତୀୟ ବଜେଟ ଉପସ୍ଥାପନ କରିବା ପୂର୍ବରୁ ଏକ କଶ୍ମୀର କବିତା ପଢିଥିଲେ। ଏହାକୁ ପରେ ସେ ହିନ୍ଦୀରେ ଅନୁବାଦ ମଧ୍ୟ କରିଥିଲେ। ପଣ୍ଡିତ ଦିନାନାଥ କୌଲଙ୍କ ଏହି କବିତା ମାଧ୍ୟମରେ ସେ ଦେଶପ୍ରେମ କଥା କହିଥିଲେ। ଏଥିରେ ଭାରତ ଡାଲ ହ୍ରଦରେ ଖେଳୁଥିବା ପଦ୍ମ ସଦୃଶ ବୋଲି ନିର୍ମଳା ଉଲ୍ଲେଖ କରିଥିଲେ। ବିଶ୍ୱର ସବୁଠାରୁ ସୁନ୍ଦର ଦେଶ ଭାରତ ବୋଲି ନିର୍ମଳା କହିଥିଲେ। ୩ଟି ପ୍ରମୁଖ ସ୍ତମ୍ଭକୁ ନେଇ ପ୍ରସ୍ତୁତ କରାଯାଇଥିବା ଏଥରର ବଜେଟ ଦେଶକୁ ନୂଆ ଦିଗ ଦେଖାଇବାରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।

Share