Categories: ଜାତୀୟ

ବଜେଟ ଉପସ୍ଥାପନ ପୂର୍ବରୁ ପୂଜାର୍ଚ୍ଚନା କଲେ ଆନ୍ଧ୍ର ଅର୍ଥମନ୍ତ୍ରୀ

ଅମରାବାତି,୧୬।୬: ଆନ୍ଧ୍ର ପ୍ରଦେଶର ଅର୍ଥମନ୍ତ୍ରୀ ବୁଗାନା ରାଜେନ୍ଦ୍ରନାଥ ମଙ୍ଗଳବାର ବିଧାନସଭାରେ ୨୦୨୦-୨୧ର ବଜେଟ ଉପସ୍ଥାପନ କରିବା ପୂର୍ବରୁ ନିଜ ଚାମ୍ବରରେ ପୂଜାର୍ଚ୍ଚନା କରିଛନ୍ତି। କରୋନା ଭାଇରସ ସଂକ୍ରମଣ ଦୃଷ୍ଟିରୁ ବଜେଟ ଉପସ୍ଥାପନ ପୂର୍ବରୁ ବିଧାନସଭାକୁ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ କରାଯିବା ସହ ସମସ୍ତ ସଦସ୍ୟଙ୍କ ମେଡିକାଲ ଟେଷ୍ଟ କରାଯାଇଥିଲା। ହେଲେ ରାଜ୍ୟପାଳ ସିଧାସଳଖ ଭାବେ ଉପସ୍ଥିତ ନ ରହି ଭିଡିଓ କନଫରେନ୍ସ ଜରିଆରେ ତାଙ୍କର ମତ ରଖିବେ। ବଜେଟ ଉପସ୍ଥାପନ ସମୟରେ ଯେତେ ସମ୍ଭବ କମ୍‌ ସଦସ୍ୟ ଯୋଗ ଦେବାକୁ କୁହାଯାଇଥିବା ବେଳେ ପରିଦର୍ଶକଙ୍କୁ ପ୍ରବେଶ ଅନୁମତି ଦିଆଯାଇନାହିଁ।

Share