Categories: ବାଣିଜ୍ୟ

ବଜେଟ ଟିମ୍‌ରେ ୨ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି

ନୂଆଦିଲ୍ଲୀ,୯ା୧୨: ଅର୍ଥ ମନ୍ତ୍ରଣାଳୟର ବଜେଟ ଟିମ୍‌ରେ ୨ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡିଥିବା ଜଣାପଡିଛି। ସରକାରଙ୍କ ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବାବେଳେ ଟିମ୍‌ରେ ଜଣେ ପୂର୍ଣ୍ଣକାଳୀନ ବ୍ୟୟ ସଚିବ ଏବଂ ଯୁଗ୍ମ ସଚିବ(ବଜେଟ) ଭାବେ କାମ କରୁଥିବା ପଦବୀ ଖାଲି ପଡିଛି। ୨୦୨୦ ଫେବୃୟାରୀରେ ସାଧାରଣ ବଜେଟ ଆସିବ। ଏହି ବଜେଟକୁ ନେଇ ଲୋକଙ୍କର ଅନେକ ଆଶା ରହିଛି। ଅର୍ଥ ବ୍ୟବସ୍ଥା ଏବେ ଜଟିଳ ସ୍ଥିତି ଦେଇ ଗତି କରୁଥିବା ବେଳେ ଏହାକୁ ସ୍ଥିତାବସ୍ଥାକୁ ଆଣିବା ଲାଗି ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ବଜାର ବିଶେଷଜ୍ଞମାନେ ମତ ରଖିଛନ୍ତି। ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଥିବାବେଳେ ସରକାରଙ୍କ ବଜେଟ ଟିମରେ ୨ ଅଧିକାରୀଙ୍କ ସ୍ଥାନ ଗତ ୩ ମାସ ହେବ ପୂରଣ ହୋଇ ନାହିଁ। ବଜେଟ ପ୍ରସ୍ତୁତିରେ ଯୁଗ୍ମ ସଚିବଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ଜି.ସି ମୂର୍ମୁ ଜମ୍ମୁ କଶ୍ମୀର ଲ୍ୟୁଟନାଣ୍ଟ ଗଭର୍ନର ହେବା ପରେ ସେ କାର୍ଯ୍ୟ କରୁଥିବା ବ୍ୟୟ ସଚିବ ସ୍ଥାନ ମଧ୍ୟ ଖାଲି ପଡିଛି। ଅତନୁ ଚକ୍ରବର୍ତ୍ତୀଙ୍କୁ ବ୍ୟୟ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଚଳିତ ବର୍ଷର ବଜେଟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଦ୍ୱିତୀୟ ବଜେଟ ହେବ।

Share