ବଜେଟ ପାଇଁ ସାଧାରଣ ଜନତାଙ୍କଠାରୁ ମତାମତ ମାଗିଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୭।୧୨(ବ୍ୟୁରୋ): ୨୦୨୦-୨୧ ଆର୍ଥିକବର୍ଷ ବଜେଟ ପ୍ରସ୍ତୁତି ପାଇଁ ଜନସାଧାରଣଙ୍କଠାରୁ ମତାମତ ସଂଗ୍ରହ କରିବାକୁ ଚାହୁଁଛି ରାଜ୍ୟ ଅର୍ଥ ବିଭାଗ। ଏଥିଲାଗି ଏକ ନିର୍ଦ୍ଦିଷ୍ଟ ଢାଞ୍ଚାରେ ପରାମର୍ଶ ଆହ୍ବାନ କରାଯାଇଛି। ଏ ସଂକ୍ରାନ୍ତ ସମସ୍ତ ତଥ୍ୟ ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ରହିଛି। ତେବେ ସାଧାରଣ ଲୋକମାନେ ଚାହିଁଲେ ପରାମର୍ଶଗୁଡ଼ିକ ଇମେଲ୍‌ ଜରିଆରେ Odisha.budget@gov.in ଠିକଣାରେ ପଠାଇ ପାରିବେ। ସେହିଭଳି ବଜେଟ ସମ୍ବନ୍ଧୀୟ ମତାମତ ହ୍ବାଟ୍ସଆପ୍‌ ଏବଂ ଏସ୍‌ଏମ୍‌ଏସ୍‌ ଜରିଆରେ (+୯୧)୯୪୩୮୧୬୧୧୧୧ ମୋବାଇଲ୍‌ ନମ୍ବରକୁ ପଠାଇ ପାରିବେ। ଏହି ସୁବିଧା ୧୮ ଡିସେମ୍ବରରୁ ୧୫ ଜାନୁୟାରୀ ୨୦୨୦ ପର୍ଯ୍ୟନ୍ତ ଉପଲବ୍ଧ ହେବ।

Share