Categories: ବାଣିଜ୍ୟ

ବଜେଟ ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ ଅଧିକାରୀଙ୍କୁ ଭେଟିବେ ମୋଦି ୨୦ରେ ଆଲୋଚନା

ନୂଆଦିଲ୍ଲୀ,୧୫-୬: ବଜେଟ ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୦ରେ ଅର୍ଥ ମନ୍ତ୍ରଣାଳୟ ଅଧୀନ ୫ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଭେଟିବେ। ଦେଶର ଅର୍ଥନୀତିକୁ ତ୍ୱରାନ୍ବିତ କରିବା ତଥା ଅଧିକ ନିଯୁକ୍ତି ସୃଷ୍ଟି ନେଇ ଏହି ବୈଠକରେ ଆଲୋଚନା ହେବ। ତେବେ ଏହି କାରଣରୁ ୨୦ରେ ହେବାକୁ ଥିବା ଜିଏସ୍‌ଟି କାଉନସିଲ୍‌ ବୈଠକ ଦିନକ ପାଇଁ ଘୁଞ୍ଚାଇ ଦିଆଯାଇଛି ବୋଲି ପ୍ରାପ୍ତ ସୂତ୍ରରୁ ପ୍ରକାଶ। ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ସମସ୍ତ ବିଭାଗର ମୁଖ୍ୟମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ରାଜସ୍ବ ଆୟ ବୃଦ୍ଧି ସହ ଜିଡିପି ହାର ଅଭିବୃଦ୍ଧି ନେଇ ଆଲୋଚନା କରିବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଜୁଲାଇ ୫ରେ ବଜେଟ ଉପସ୍ଥାପନ କରିବାକୁ ଯାଉଥିବା ବେଳେ ଏବେ ବଜେଟ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କ ୧୦୦ ଦିନର ଏଜେଣ୍ଡା ନେଇ ମଧ୍ୟ ଆଲୋଚନା କରିବେ। ଏପ୍ରିଲରେ ୧୦୦ଦିନିଆ ଏଜେଣ୍ଡା ପ୍ରସ୍ତୁତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦିଆଯାଇଥିଲା।

Share