Categories: ଜାତୀୟ

ବଜେଟ ପ୍ରସ୍ତାବକୁ ସର୍ବାଧିକ ରେଟିଂ

ନୂଆଦିଲ୍ଲୀ,୩ା୨(ଆଇଏଏନ୍‌ଏସ୍‌): ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ୨ ଘଣ୍ଟା ୪୦ ମିନିଟର ବଜେଟ ଭାଷଣରେ ଅର୍ଥନୀତିର ସବୁ କ୍ଷେତ୍ର ପାଇଁ ପ୍ରସ୍ତାବ ରଖିଥିଲେ। ଯଦିଓ କେତେଜଣ ବଜେଟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି, ତେବେ ଅଧିକାଂଶ ଏହାକୁ ପ୍ରଶଂସା କରିଥିବା ଜଣାପଡିଛି। ଗତ ୮ ବର୍ଷ ମଧ୍ୟରେ ଏଥର ବଜେଟକୁ ସର୍ବାଧିକ ଜନସାଧାରଣଙ୍କଠାରୁ ସର୍ବାଧିକ ରେଟିଂ ମିଳିଛି। ଆଇଏଏନ୍‌ଏସ୍‌-ସିଭୋଟର ପକ୍ଷରୁ ଜନସାଧାରଣଙ୍କଠାରୁ ବଜେଟ ପରବର୍ତ୍ତୀ ମତାମତ ସଂଗ୍ରହ କରାଯାଇଥିଲା। ସୀତାରାମନଙ୍କ ବଜେଟ ଭାଷଣ ପରେ ବିଭିନ୍ନ ଅଞ୍ଚଳରୁ ୧୨୦୦ ଲୋକଙ୍କ ମତାମତ ନିଆଯାଇ ଏହି ରେଟିଂ ପ୍ରଦାନ କରାଯାଇଛି। ୨୦୨୦-୨୧ ବଜେଟକୁ ଅଧିକାଂଶ ୧୦ରୁ ୭.୧ ରେଟିଂ ପ୍ରଦାନ କରିଛନ୍ତି। ୨୦୧୩ରୁ ଇତିମଧ୍ୟରେ ଏହା ସର୍ବାଧିକ ରେଟିଂ। ଉପା ସରକାର ବେଳର ବଜେଟକୁ ମାତ୍ର ୪.୪ ପ୍ରତିଶତ ରେଟିଂ ମିଳିଥିଲା।
କରି ବଜେଟରେ ବେତନଭୋଗୀ କର୍ମଚାରୀଙ୍କ ପାଇଁ ଟିକସରେ ଦିଆଯାଇଥିବା ସୁବିଧା ଏବଂ ଭିତ୍ତିଭୂମି ସେକ୍ଟର ସମେତ ଗ୍ରାମାଞ୍ଚଳ ଅର୍ଥନୀତି ପାଇଁ ରହିଥିବା ପ୍ରସ୍ତାବ ନିମନ୍ତେ ଏହାକୁ ସର୍ବାଧିକ ରେଟିଂ ମିଳିଥିବା କୁହାଯାଉଛି। ୨୦୧୪ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର କ୍ଷମତାକୁ ଆସିବା ପରେ ପ୍ରତିବର୍ଷ ବଜେଟ ରେଟିଂ ଭଲ ରହୁଛି। ୨୦୧୪ରେ ଏହା ୪.୮ ଥିବାବେଳେ ୨୦୧୫ରେ ୬.୬, ୨୦୧୬ରେ ୬.୩, ୨୦୧୭ରେ ୫.୨ ଏବଂ ୨୦୧୮ରେ ୪.୭ ରହିଥିଲା। ଗତବର୍ଷ ବଜେଟ ରେଟିଂ ୭.୦ ଥିଲା।

Share