ବଜେଟ ଭାଷଣରେ ସର୍ବାଧିକ ଥର ‘ଟ୍ୟାକ୍ସ’ ଶବ୍ଦର ଉଚ୍ଚାରଣ କରିଛନ୍ତି ଅର୍ଥମନ୍ତ୍ରୀ: ‘ରୋଜଗାର’ ଶବ୍ଦ କହିଛନ୍ତି ମାତ୍ର ୭ଥର

ନୂଆଦିଲ୍ଲୀ,୧।୨: ଲମ୍ବା ଅବଧିର କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ଏଥର ରେକର୍ଡ କରିଛନ୍ତି। ଏଥର ସେ ୨ ଘଣ୍ଟା ୪୧ ମିନିଟର ଭାଷଣ ଦେଇଛନ୍ତି। ଏହି ସମୟ ମଧ୍ୟରେ ସେ ‘ଟ୍ୟାକ୍ସ’ ଶବ୍ଦର ଉଚ୍ଚାରଣ ସର୍ବାଧିକ ୧୩୨ଥର କରିଥିବା କୁହାଯାଏ। ସେହିପରି ରାଷ୍ଟ୍ର ଶବ୍ଦର ଉଚ୍ଚାରଣ ୫୪ଥର ଓ ବିକାଶ ଶବ୍ଦର ଉଚ୍ଚାରଣ ୩୪ ଥର କରିଛନ୍ତି। ଅନ୍ୟ ଶବ୍ଦ ଗୁଡିକ ମଧ୍ୟରେ ସରକାର-୮୩, ଭାରତ-୭୨, ଅର୍ଥବ୍ୟବସ୍ଥା-୨୨, ଆୟକର-୨୦, ସ୍ବାସ୍ଥ୍ୟ-୨୦, ଶିକ୍ଷା-୧୯, ପ୍ରଧାନମନ୍ତ୍ରୀ-୧୫, କୃଷକ-୧୨, ରୋଜଗାର-୭, କର୍ମଚାର-୭, ଜନକଲ୍ୟାଣ- ୭ ଆଦି ଉଚ୍ଚାରଣ କରିଥିବା କୁହାଯାଏ। ଏହାକୁ ଦେଖିବା ପରେ ଏହି ବଜେଟ ସାଧାରଣ ଜନତାଙ୍କ ହିତ ପାଇଁ ଆଦୌ ନୁହେଁ ବୋଲି ବିରୋଧୀ ମତ ଦେଇଛନ୍ତି। କିନ୍ତୁ ଶାସକ କହୁଛି ଏହା ଭାରତୀୟ ଅର୍ଥନୀତିକୁ ଆଗକୁ ବଢାିବାରେ ବେଶ୍‌ ସହାୟକ ହେବ।

Share