ବଜେଟ-୨୦୨୦: ବ୍ୟକ୍ତିଗତ ଆୟକାରୀଙ୍କ ଉପରେ କ’ଣ ପ୍ରଭାବ ରହିବ?

ବଜେଟ-୨୦୨୦ ପ୍ରସ୍ତୁତ ସମୟରେ ୩ଟି ବିଷୟବସ୍ତୁ: ଉଚ୍ଚଶିକ୍ଷା ଭାରତ, ଅର୍ଥନୈତିକ ବିକାଶ ଓ ସେବା ମନୋଭାବ ଭାରତ ଯାହାକି ଏକ ସନ୍ତୁଳିତ ପ୍ରୟୋଗ। ନୂତନ ଆୟକର ସ୍ତରକୁ ନୂଆ ଭାବେ ପ୍ରସ୍ତୁତ କରାଯାଇଛି, ଯାହାକି ବ୍ୟକ୍ତିଗତ ସମୁଦାୟ ଆୟକର ଦେୟକୁ ହ୍ରାସ କରାଯାଇଛି। ନୂତନ ଆୟକର ଅନୁଯାୟୀ ୭୦ ପ୍ରକାରର ଆୟକର ଛାଡ଼ ଅବ୍ୟାହତି ଦିଆଯାଇଛି।

ଆୟକର ପଇଠ ସମୟରେ ବ୍ୟକ୍ତିଗତ ଆୟକର ପ୍ରଦାନକାରୀ ୨ଟି ପସନ୍ଦ ମଧ୍ୟରୁ ଚୟନ କରିବାକୁ ପଡିବ ବର୍ତ୍ତମାନ ପ୍ରଚଳିତ ଆୟକର ପ୍ରଣାଳୀ କିମ୍ବା ନୂତନ ଆୟକର ପ୍ରଣାଳୀ ୨୦୨୦।
ନୂତନ ଆୟକର ପ୍ରଣାଳୀ ଆୟକର ହାର ଓ ଆୟକର ସ୍ତରକୁ କମ୍‌ କରିଦିଆଯାଇଛି କିନ୍ତୁ କିଛି ବି ଆୟକର ଛାଡ ଦାବି କରିପାରିବେ ନାହିଁ।

କେଉଁ ଆୟକର ପ୍ରଣାଳୀ ବହୁତ ସୁବିଧା ପ୍ରଦାନ କରିବ? ପ୍ରତ୍ୟେକ ବ୍ୟକ୍ତିକୁ ଏହାର ଫଳାଫଳ ମିଳିବ ବା ସବୁଠୁ କମ୍‌ ଆୟକର ପ୍ରଦାନ କରିବାକୁ ପଡିବ ଯାହାକି ବ୍ୟକ୍ତିଗତ ଆୟକାରୀଙ୍କ ବାର୍ଷିକ ଆୟର ସଂରଚନା ବା ସଂଗଠନ ଓ ବିଭିନ୍ନ ନିବେଶ ସ୍ମିକ ଉପରେ ନିର୍ଭର କରିବ। ପ୍ରତ୍ୟେକ ଆୟକାରୀ ନିଜର ଆୟକର ହିସାବ କରି ଦେଖିବାକୁ ପଡିବ କେଉଁ ଆୟକର ପ୍ରଣାଳୀ ଅଧିକ ସୁବିଧା ପ୍ରଦାନ କରିବ।
ଲାଭାଂଶ (ଡିଭିଡେଣ୍ଡ) ଗ୍ରହଣ କରୁଥିବା ବ୍ୟକ୍ତି ଲାଭାଂଶ ରାଶି ଉପରେ ଆୟକର ପଇଠ କରିବାକୁ ପଡିବ। ଡିଡିଟି(ଲାଭାଂଶ ବଣ୍ଟନ ଟିକସ) ହଟାଇ ଦିଆଯିବା ଯୋଗୁଁ ଲାଭାଂଶ ରାଶି ଆୟକର ଅନ୍ତର୍ଭୁକ୍ତ ଓ ବ୍ୟକ୍ତିଗତ କରଯୋଗ୍ୟ ଆୟ ବଢ଼ିଯିବ।
ଏସବୁର ପରିବର୍ତ୍ତନ ସୁବିଧା ଯେଉଁମାନେ କିଛି ଆୟକର ଛାଡ଼ ଦାବି କରିବେ ନାହିଁ ସେମାନଙ୍କୁ କିଛି ସୁବିଧା ମିଳିବ। ଯାହାକି ବହୁତ କମ୍‌ ହେବ।
ବଜେଟ-୨୦୨୦-୨୧ ପୁଞ୍ଜିବଜାର ନିବେଶକାରୀଙ୍କୁ ଖୁସି କରିପାରିନାହିଁ। ସେନ୍‌ସେକ୍ସ ୯୮୭ ପଏଣ୍ଟ ତଳକୁ ଖସି ୪୦,୦୦୦ ତଳକୁ (୩୯,୭୩୫) ସ୍ତରକୁ ଖସି ଆସିଛି। ଏହା ପାଖାପାଖି ୨.୪୩% ତଳକୁ ଖସିଛି। ନିଫ୍ଟି ୩୦୦ ପଏଣ୍ଟ ଖସି ୧୧,୬୧୧ ରହିଛି।
ବ୍ୟକ୍ତିଗତ ଆୟକର ହାର ଓ ଆୟକର ହିସାବ ବହୁତ ଜଟିଳ ହୋଇଯିବ। ପ୍ରତ୍ୟେକ ବ୍ୟକ୍ତି ଏହାର ପ୍ରଭାବକୁ ସମୀକ୍ଷା କରିବା ନିହାତି ଜରୁରୀ।

 

ନୂତନ ଆୟକର ସ୍ତର

୦-୨.୫ ଲକ୍ଷ ଆୟକର ମୁକ୍ତ
୨.୫ ଲକ୍ଷ- ୫ଲକ୍ଷ ୫%
୫.୦୦-୭.୫ ଲକ୍ଷ ୧୦% (ପୂର୍ବ ୨୦%ଥିଲା)
୭.୫ ଲକ୍ଷ-୧୦ ଲକ୍ଷ ୧୫% (ପୂର୍ବ ୨୦%ଥିଲା)
୧୦ଲକ୍ଷ- ୧୨.୫ଲକ୍ଷ ୨୦% (ପୂର୍ବ ୩୦%ଥିଲା)
୧୨.୫ଲକ୍ଷ-୧୫ଲକ୍ଷ ୨୫% (ପୂର୍ବ ୩୦% ଥିଲା)
୧୫ଲକ୍ଷ-ତଦୁର୍ଦ୍ଧ୍ୱ ୩୦%

 

Share