ବଜ୍ରଘାତରେ ମନ୍ଦିରରେ ଫାଟ

ଭଦ୍ରକ ଅଫିସ,୩୦।୪: ଭଦ୍ରକ ବ୍ଲକ ଅର୍ନ୍ତଗତ ବେନ୍ତାଳ ପଞ୍ଚାୟତର ଗୋପାଳ ବିନ୍ଧା ଗ୍ରାମର ହନୁମାନ ମନ୍ଦିରରେ ଫାଟ ସୃଷ୍ଟି ହୋଇଛି। ବୁଧବାର ସନ୍ଧ୍ୟାରେ ହୋଇଥିବା କାଳବୈଶାଖୀ ସମୟରେ ହୋଇଥିବା ବଜ୍ରାଘାତରେ ହନୁମାନ ମନ୍ଦିରରେ ବିରାଟ ଫାଟ ସୃଷ୍ଟି ହୋଇଥିବା ଜଣାପଡ଼ିଛି।  ଗ୍ରାମବାସୀଙ୍କ ବିଶାସ ଯେ, ଶ୍ରୀଜୀଉ ସେମାନଙ୍କୁ ଭଦ୍ଧାର କରିଛନ୍ତି। ପ୍ରଶାସନିକ ସ୍ତରରେ ଅନୁଧ୍ୟାନ କରାଯାଇ ସହାୟତା ପ୍ରଦାନ କରି ମନ୍ଦିର ମରାମତି କାର୍ଯ୍ୟ ପାଇଁ ଦାବି ହୋଇଛି।