ବଜ୍ରପାତରେ ଆହତ ଯୁବକଙ୍କ ମୃତ୍ୟୁ

ବଡ଼ଗାଁ,୩୦।୮(ଡି.ଏନ୍‌.ଏ.) : ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ପାମରା ଗ୍ରାମର ୪ ଜଣ ଯୁବକ ଗତ ରବିବାର ଏକମା ଗାଁରୁ ପାମରାକୁ ଚାଲିକି ଆସୁଥିବାବେଳେ ଅପରାହ୍ନରେ ଜୁନାପଡ଼ା ନିକଟରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ବିନୋଦ ପୋଢ଼(୩୨) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଗୋକୁଳ ପୋଢ଼(୨୨)ଙ୍କ ଜଙ୍ଘରେ ଆଘାତ ଲାଗିଥିଲା। ଅନ୍ୟ ଦୁଇଜଣ ଅଶୋକ ଖିଲାରୀ (୨୦) ଓ ବିଷ୍ଣୁ ପୋଷ(୨୧) ସାମାନ୍ୟ ଆହତ ହୋଇଥିଲେ। ଘଟଣା ପରେ ଅଶୋକଙ୍କ ଛାତିରେ ସାମାନ୍ୟ ଯନ୍ତ୍ରଣା ହୋଇଥିଲା। ଗୁରୁବାର ସକାଳେ ସେ ଚଲାବୁଲା କରୁଥିଲେ ମାତ୍ର ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି।