ବଜ୍ରପାତରେ ଗଲା ନାବାଳିକାଙ୍କ ଜୀବନ

କଣ୍ଟାପଡା, ୮।୪(ଡି.ଏନ୍‌.ଏ.): କଟକ ଜିଲା ଓଲଟପୁର ଥାନା ଅନ୍ତର୍ଗତ ଇଚ୍ଛାପୁର ଗ୍ରାମରେ ବୁଧବାର ଅପରାହ୍ନ ସାଢ଼େ ୧୨ଟା ବେଳେ ବଜ୍ରପାତ ଘଟି ଜଣେ ନାବାଳିକାଙ୍କ ମତ୍ୟୁ ଘଟିଛି। ମୃତ ନାବାଳିକା ହେଲେ ସୁଜିତ ବେହେରାଙ୍କ ଝିଅ ପ୍ରିୟଙ୍କା(୧୩)।
ସୂଚନାନୁଯାୟୀ, ପ୍ରିୟଙ୍କା କୌଣସି କାମପାଇଁ ଘରର ପଛପଟକୁ ଯାଇଥିବାବେଳେ ହଠାତ୍‌ ବଜ୍ରପାତ ଘଟିଥିଲା। ଫଳରେ ପ୍ରିୟଙ୍କା ସେଠାରେ ଟଳିପଡିଥିଲେ। ପରିବାରଲୋକେ ତାଙ୍କୁ ଉଦ୍ଧାର କରି ଅଡଶପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ଓଲଟପୁର ପୋଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତ ନାବାଳିକାଙ୍କ ମୃତଦେହକୁ ବ୍ୟବଛଦ ପାଇଁ ପଠାଇଛନ୍ତି। କଣ୍ଟାପଡା ସରପଞ୍ଚ ପ୍ରିତୀ ବେହେରା ମୃତକଙ୍କ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇଛନ୍ତି।

Share