Advertisement

ବଜ୍ରପାତରେ ଗଲା ଯୁବତୀଙ୍କ ଜୀବନ

ଜୁନାଗଡ,୨୫।୪(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଜୁନାଗଡ ଥାନା ନ୍ତର୍ଗତ ଆଟିଗାଁରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତାଙ୍କ ନାମ ଶିବାନୀ ପଧାନ(୨୦)। ମିଳିଥିବା ସୁଚନା ଅନୁଯାୟୀ, ସନ୍ଧ୍ୟା ପ୍ରାୟ ୬ଟାରେ ଶିବାନୀ ଶୌଚହେବା ପାଇଁ ଯାଉଥିବାବେଳେ ହଠାତ୍‌ ବଜ୍ରପାତ ହୋଇଥିଲା। ଏଥିରେ ସେ ଗୁରୁତର ହୋଇ ପଡିଥିଲେ। ତାଙ୍କୁ ଜୁନାଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ଶିବାନୀଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଜୁନାଗଡ ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ.୧୧/୨୦ )ରୁଜୁ ହୋଇଛି। ରବିବାର ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share