ଭଞ୍ଜନଗର,୨୯।୪(ଡି.ଏନ.ଏ)- ତାରସିଂ ଥାନା ତୋଲଡ଼ିରେ ବୁଧବାର ବଜ୍ରପାତରେରେ ଜଣେ ଗୋରୁ ଚରାଳିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ତୋଲାଡିର ଲକ୍ଷ୍ମଣ ବେହେରା (୩୦)। ଲକ୍ଷ୍ମଣ ଗୋରୁ ନେଇ ଯାଇଥିବାବେଳେ ଅପରାହ୍ନ ୫ଟାରେ ବଜ୍ରପାତରେ ଗୁରୁତର ହୋଇଥିଲେ। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇଛି। ବଜ୍ରପାତରେ ଲକ୍ଷ୍ମଣଙ୍କ ଗୋଟିଏ ଗାଈ ଓ ଗୋଟିଏ ବାଛୁରୀର ମଧ୍ୟ ମୃତ୍ୟୁ ଘଟିଛି।