ବଜ୍ରପାତରେ ଚାଷୀଙ୍କ ଜୀବନ ଗଲା

ଶେରଗଡ଼,୨୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ପୁନାଦ ଗ୍ରାମରେ ଗୁରୁବାର ଅପରାହ୍ନରେ ବଜ୍ରପାତ ସହ ବର୍ଷା ହୋଇଥିଲା। ଏହି ସମୟରେ ଗ୍ରାମର ବୁଲୁ ଖଟେଇ ବିଲରେ କାମ କରୁଥିବାବେଳେ ବଜ୍ରପାତରେ ତାଙ୍କର ମୃତ୍ୟୁ ଘଟିଛି। ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ଶୁକ୍ରବାର ସକାଳେ ବିଲରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏ ନେଇ ଶେରଗଡ଼ ଥାନା ଓ ଶେରଗଡ଼ ତହସିଲକୁ ଖବର ଦେଇଥିଲେ। ଶେରଗଡ଼ ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ ଓ ଶେରଗଡ଼ ତହସିଲଦାର ଡ. ଦୟାସିନ୍ଧୁ ପରିଡା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଶେରଗଡ଼ ପୋଲିସ ମୃତଦେହ ଉଦ୍ଧାରକରି ବ୍ୟବଚ୍ଛେଦ ପାଇଁ ଆସିକା ପଠାଇବା ସହ ଏକ ଅପମୃତ୍ୟୁ ମାମଲା (ନଂ. ୧/୨୦) ରୁଜୁ କରିଛି।

Share