ବଜ୍ରପାତରେ ଚାଷୀଙ୍କ ଜୀବନ ଗଲା

ଦିଗପହଣ୍ଡି, ୮ା୧୦(ଡି.ଏନ୍‌.ଏ.)- ଦିଗପହଣ୍ଡି ପୋଲିସ ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୧ ଟା ରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚତ୍ ଜଣେ ଚାଷୀଙ୍କ ମୃତଦେହ ଜବତ କରିଛନ୍ତି। ସେ ହେଲେ ନିମଖଣ୍ଡିପେଣ୍ଠ ପଞ୍ଚାୟତ ପନାଡ ଗାଁ ଗୌଡସାହିର ରବି ଗୌଡ। ରବି ସୋମବାର ଅପରାହ୍ନରେ ଗଁା ନିକଟ ଘୋଡ଼ାହାଡ଼ ନଦୀ ହିଡକୁ ଘାସ ଆଣିବାକୁ ଯାଇଥିଲେ। ପ୍ରାୟ ସାଢ଼େ ୫ ଟାରେ ସେ ଘାସ କାଟୁଥିବାବେଳେ ବଜ୍ରପାତର ଶୀକାର ହୋଇଥିଲେ। ରାତି ୭ଟା ଯାଏ ଘରକୁ ନ ଫେରିବାରୁ ପରିବାର ଲୋକେ ଗ୍ରାମବାସୀଙ୍କ ସହଯୋଗରେ ଖୋଜାଖୋଜି କରିଥିଲେ। ରାତି ପ୍ରାୟ ସାଢ଼େ ୮ ଟାରେ ତାଙ୍କୁ ଠାକ କରିଥିଲେ। ସରପଞ୍ଚ ବିଭୂତି ଭୂଷଣ ମହାପାତ୍ରଙ୍କ ସୂଚନାପ୍ରକାରେ ଦିଗପହଣ୍ଡି ପୋଲିସ ଓ ଅତିରିକ୍ତ ତହସିଲଦାର ମନୋଜ ପ୍ରଭାକର କୁଜ୍ଜୁର ଘଟଣା ସ୍ଥଳରେ ପହଞ୍ଚତ୍ ତଦନ୍ତ କରି ଫେରିଥିଲେ। ତାଙ୍କୁ ରାତି ପ୍ରାୟ ୧୦ଟା ରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ନଂ.୧୦/୧୯ରେ ମାମଲା ରୁଜୁକରି ପୋଲିସ ବ୍ରହ୍ମପୁର ବଡ ମେଡିକାଲରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Share