ରୂପ୍ସା, ୧୭ା୮(ଡ଼ି.ଏନ.ଏ.): ବାଲେଶ୍ୱର ସଦର ବ୍ଲକ ପରିଖି ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ଚିଙ୍ଗୁଡି ଚାଷ କରୁଥିବା ପଞ୍ଚାନନ ରଣା (୬୨) ନାମକ ଚାଷୀଙ୍କ ଶୁକ୍ରବାର ବଜ୍ରପାତରେ ମୃତ୍ୟୁ ଘଟିଛି। ପଞ୍ଚାନନଙ୍କ ଘର ଟାଉନ ଥାନା ରାଜା ବଗିଚା ଅଞ୍ଚଳରେ। ସେ ନିଜ ଚିଙ୍ଗୁଡିଫାର୍ମକୁ ଆସିଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ। ଫାର୍ମ କର୍ମଚାରୀ ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏ ସଂକ୍ରାନ୍ତରେ ଶନିବାର ସଦର ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ. ୪୫/୧୯) ରୁଜୁ ହୋଇ ମୃତଦେହ ବ୍ୟବଚ୍ଛେଦ କରାଯାଇଛି।