ବଜ୍ରପାତରେ ଜଣେ ମୃତ, ୨ ଗୁରୁତର

ନିମାପଡ଼ା, ୨୧।୮(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ଥାନା ଅନ୍ତର୍ଗତ ବନ୍ତୁ ଗ୍ରାମରେ ବୁଧବାର ମଧ୍ୟାହ୍ନରେ ବଜ୍ରପାତ ଘଟିଥିଲା। ବିଲରେ ଚାଷ କାମ କରୁଥିବା ସମୟରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ମୃତ ମହିଳା ଶ୍ରମିକ ହେଲେ ବନ୍ତୁ ଗ୍ରାମର ଗୀତା ଭୋଇ(୫୫) ଓ ଆହତ ଦ୍ୱୟହେଲେ ଚଞ୍ଚଳି ଭୋଇ(୫୦), ବିଜୟ ଭୋଇ (୫୫)। ଆହତ ଦ୍ୱୟଙ୍କୁ ନିମାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ଓ ଆହତଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ସ୍ଥାନୀୟ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏଭଳି ଘଟଣାକୁ ନେଇ ବନ୍ତୁ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।