Advertisement

ବଜ୍ରପାତରେ ଜଣେ ମୃତ

ଚମ୍ପୁଆ, ୯।୧୦(ଡି.ଏନ.ଏ.): ଚମ୍ପୁଆ ଥାନା ଅନ୍ତର୍ଗତ ସୁନାପଶି ପଞ୍ଚାୟତର ଇନ୍ଦ୍ରପ୍ରସ୍ଥ ଠାରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ନାଥ ଚନ୍ଦ୍ର ମହାନ୍ତ। ଖବର ଅନୁସାରେ ବୁଧବାର ଅପରାହ୍ନରେ ନାଥ ଚନ୍ଦ୍ର ଘର ଆଗରେ ବସିଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ। ସ୍ଥାନୀୟ ଲୋକ ତୁରନ୍ତ ତାଙ୍କୁ ଆଣି ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ନାଥ ଚନ୍ଦ୍ରଙ୍କ ବୟସ ୭୦ ବର୍ଷ ହୋଇଥିବା ବେଳେ ଚମ୍ପୁଆ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share