ବଜ୍ରପାତରେ ଜଳିଗଲା ଗୁହାଳ, ନଡ଼ିଆ ଗଛ

ବନ୍ତ,୭।୬(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ତହସିଲ ଅଧୀନ ଅଣିଜୋ ଗ୍ରାମରେ ରବିବାର ସନ୍ଧ୍ୟାରେ ବଜ୍ରପାତରେ ଅଗ୍ନିକାଣ୍ଡ ଘଟି ଗୁହାଳ ଜଳିଯିବା ସହ ଏକ ବାଛୁରୀର ମୃତ୍ୟୁ ଘଟିଛି। ସନ୍ଧ୍ୟାରେ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ମାରିଥିଲା। ଗ୍ରାମର ରାମଚନ୍ଦ୍ର ବାରିକଙ୍କ ଗୁହାଳରେ ବାଛୁରୀ ଗାଈ ବନ୍ଧା ହୋଇଥିଲେ। ବଜ୍ରପାତରେ ବାଛୁରୀ ମରିଥିବାବେଳେ ଗାଈ ଆହତ ହୋଇଛି। ଏହି ବଜ୍ରପାତରେ ଏକ ନଡ଼ିଆ ଗଛ ମଧ୍ୟ ଜଳିଯାଇଛି। ଆଗରପଡ଼ାରୁ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲା।