ବଜ୍ରପାତରେ ଦୁଇଜଣଙ୍କ ଜୀବନଗଲା

ବାଲେଶ୍ୱର ଅଫିସ,୨୮ା୫: ବାଲେଶ୍ୱର ଜିଲାରେ ବଜ୍ରପାତ ଘଟି ଦୁଇଜଣଙ୍କ ଜୀବନ ଯାଇଛି। ଗୁରୁବାର ପୂର୍ବାହ୍ନରେ ଜିଲାରେ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ସହ ବଜ୍ରପାତ ହୋଇଥିଲା। ଫଳରେ ବାଲିଆପାଳର କେନ୍ଦୁଡିହା ଗ୍ରାମରେ ଏକ ଚିଙ୍ଗୁଡ଼ି ଘେରିରେ କାମ କରୁଥିବା ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତେବେ ମୃତ ଯୁବକ ଜଣକ ହେଲେ ପଶ୍ଚିମବଙ୍ଗର କୁଳଡିହା ଅଞ୍ଚଳର ଉପେନ୍ଦ୍ର ସିଂ। ଅନ୍ୟପଟେ ଭୋଗରାଇ ବ୍ଲକର ବଡ଼ପାହି ଗ୍ରାମର ଅନ୍ନପୂର୍ଣ୍ଣା ରଣା ନାମକ ଜଣେ ମହିଳାଙ୍କ ବଜ୍ରପାତରେ ମଧ୍ୟ ମୃତ୍ୟୁ ଘଟିଛି।