Advertisement

ବଜ୍ରପାତରେ ବାପପୁଅ ମୃତ

ଜୟପୁର/ବୋରିଗୁମା,୭।୧୦ (ଡି.ଏନ୍‌. ଏ)- କୋରାପୁଟ ଜିଲା ବୋରିଗୁମା ଥାନା କେବିଡ଼ି ଗାଁରେ ରବିବାର ବଜ୍ରପାତ ଘଟି ବାପପୁଅ ପ୍ରାଣ ହରାଇଛନ୍ତି। ସେମାନେ ହେଲେ ଉକ୍ତ ଗାଁର ପୀତବାସ କୁମ୍ଭାର ଓ ତାଙ୍କ ପୁଅ ଉପେନ୍ଦ୍ର। ପ୍ରକାଶ ଯେ, ପୀତବାସ ଏବଂ ଉପେନ୍ଦ୍ର ରବିବାର ମାଛ ଧରିବାକୁ ଯାଇଥିଲେ। ସେହି ସମୟରେ ହଠାତ୍‌ ବର୍ଷା ସହ ବଜ୍ରପାତ ହୋଇଥିଲା। ଏଥିରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ପୋଲିସ ସେଠାରେ ପହଞ୍ଚତ୍ ମୃତଦେହ ଉଦ୍ଧାର କରିଛି। ବ୍ୟବଚ୍ଛେଦ ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share