ବଜ୍ରପାତରେ ବୃଦ୍ଧଙ୍କ ଜୀବନ ଗଲା

ନବରଙ୍ଗପୁର,୩୦।୫(ବି.ପ୍ର.): ନବରଙ୍ଗପୁର ଜିଲା ନବରଙ୍ଗପୁର ବ୍ଲକ ବଡକୁମୁଲି ଗ୍ରାମରେ ବଜ୍ରପାତରେ ଶନିବାର ସକାଳେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଡ଼କୁମୁଲି ଗ୍ରାମର ଶୁକ୍ରୁ ଗୌଡ଼ (୬୦)।
ପ୍ରକାଶ ଯେ, ସକାଳେ ବର୍ଷା ହେବାରୁ ଶୁକ୍ରୁ ଅମଳ କରିଥିବା ମକାରେ ପଲିଥିନ ଘୋଡାଇବାକୁ ଖଳାକୁ ଯାଇଥିଲେ l ଏହି ସମୟରେ ହଠାତ୍‌ ବଜ୍ରପାତଘଟିଥିଲା l ଫଳରେ ଶୁକ୍ରୁ ସେଠାରେ ଟଳିପଡ଼ିଥିଳେ। ଏହା ଦେଖି ପରିବାର ଲୋକେ ତାଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ l ସେଠାରେ ଡାକ୍ତର ଶୁକ୍ରୁଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ପାପଡ଼ାହାଣ୍ଡି ପୋଲିସ ପହଞ୍ଚି ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇଛି। ରିପୋର୍ଟ ଆସିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିବା ବୋଲି ଜଣାପଡ଼ିଛି।

Share