ତାଳଚେର,୨୯।୯(ନି.ପ୍ର.) : ଅନୁଗୋଳ ଜିଲା ତାଳଚେର ବ୍ଲକର ଭରତପୁର କୋଇଲା ଖଣିର ଜଣେ କର୍ମଚାରୀଙ୍କ ରବିବାର ସକାଳେ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତକ ହେଲେ ଖଣି କର୍ମଚାରୀ ଅଜୟ କୁମାର ସାହୁ (୨୫)। ସେ ଆଜି ସକାଳେ ଡ୍ୟୁଟି କରିବାକୁ ଯାଉଥିବାବେଳେ ହିଲୋଇ ଗ୍ରାମ ପାଣିଟାଙ୍କି ନିକଟରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ତାଳଚେର ପୋଲିସ ପହଞ୍ଚି ଅନୁସନ୍ଧାନ ଚଳାଇଛି।