ବଜ୍ରପାତରେ ଯୁବକଙ୍କ ଜୀବନଗଲା

ଆସିକା,୧୮ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ସହର ଉପକଣ୍ଠ ଋଷିକୂଲ୍ୟା ନଦୀ ପଠାରେ ଶନିବାର ଅପରାହ୍ନରେ ବଜ୍ରପାତରେ ଜଣେ ଯୁବକଙ୍କ ଜୀବନ ଯାଇଛି। ସେ ହେଲେ ଆସିକା ଥାନା କାଳଷଣ୍ଢପୁର ଗ୍ରାମର ଅଜୟ ବିଶ୍ୱାଳ। ଅଜୟ ଋଷିକୂଲ୍ୟା ନଦୀରେ ସ୍ନାନ ସାରି ଫେରୁଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ। ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଆସିକା ଡାକ୍ତରଖାନାକୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି।  ଏ ନେଇ କେସ୍‌ ନଂ.୭/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ କହିଛନ୍ତି।

Share