ବଜ୍ରପାତରେ ଯୁବକଙ୍କ ଜୀବନଗଲା

ସଜନାଗଡ, ୧୫ା୫(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ହାତିଆଶିଳା ଗ୍ରାମର ଗୁରା ସିଂ ( ୨୧ )ନାମକ ଯୁବକଙ୍କ ବଜ୍ରପାତରେ ମୃତ୍ୟୁ ଘଟିିଛି। ଶୁକ୍ରବାର ସାରେ ବର୍ଷା ଓ ଘଡଘଡି ହେଉଥିବା ବେଳେ ଗୁରା ନିଜ ମା’ଙ୍କ ସହ ଘର ଭିତରେ ଥିଲେ। ଏହି ସମୟରେ ଅଚାନକ ବଜ୍ରପାତ ହୋଇଥିଲା। ତାଙ୍କ ଘରର ଏକ ପାର୍ଶ୍ୱରେ ନିଆଁ ଲାଗିଯିବାରୁ ସେ ଗୁରୁତର ଆହତ ହୋଇଥିଲେ । ପରିବାର ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ନୀଳଗିରି ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।