ବଜ୍ରପାତରେ ଯୁବକ ମୃତ

ଡେରାବିଶ, ୨୨।୪ (ସ୍ବ.ପ୍ର.)-ଡେରାବିଶ ବ୍ଲକ ଅଦୀନ ମଙ୍ଗଳପୁର ପଞ୍ଚାୟତ ତ୍ରିପୁରାରୀପୁର ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ବଜ୍ରପାତ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପୂର୍ଣ୍ଣଚନ୍ଦ୍ର ସିଂହଙ୍କ ପୁଅ ଦିବ୍ୟରଞ୍ଜନ(୨୧)। ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ କେନାଲ ପୋଲ ଉପରେ ଦିବ୍ୟରଞ୍ଜନ ବସିଥିବା ସମୟରେ ଜୋରରେ ପବନ ହେବା ସହ ଘଡ଼ଘଡ଼ି ମାରିଥିଲା। ସେ ଦୌଡ଼ ଘରକୁ ଆସୁଥିବା ବେଳେ ହିଁ ତାଙ୍କ ଉପରେ ବଜ୍ରପାତ ଘଟିଥିଲା। ପରିବାର ଓ ସ୍ଥାନୀୟ ଲୋକେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନିକିରାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନଜାତି ହାଟ କାମରେ ଆସୁନି

ଦାରିଙ୍ଗବାଡ଼ି,୭ା୪ (ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ି ପଞ୍ଚାୟତ ଅଞ୍ଚଳରେ ଜନଜାତିଙ୍କ ଉଦ୍ଦେଶ୍ୟରେ କରାଯାଇଥିବା ଜନଜାତି ହାଟକୁ ଏକ ଦଶନ୍ଧିରୁ ଅଧିକା ଦିନ ବିତିଥିଲେ ବି...

୭ବର୍ଷ ପରେ ଗୋଟିଏ ବି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇନି

ଝାରସୁଗୁଡ଼ା,୭।୪(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଘରକୁ ଘର ପାନୀୟ ଜଳ ଯୋଗାଣ ପାଇଁ ୫୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ହୋଇଛି, ହେଲେ ବି...

ମର୍ମନ୍ତୁଦ ଦୁର୍ଘଟଣା,ଟ୍ରକକୁ ପିଟିଲା ଟ୍ରକ ଡ୍ରାଇଭର ଆହତ

ବ୍ରହ୍ମପୁର, ୭।୪,(ବିଦ୍ୟାଧର ସାହୁ ):ଗଞ୍ଜାମ ଥାନା ଅନ୍ତର୍ଗତ ଷୋହଳ ନଂ ଜାତୀୟ ରାଜପଥ ପାର୍ଶ୍ୱ ପୁଇଁତୋଳା ସ୍ଥିତ ଏକ ଚା’ ପାନ ଦୋକାନ ନିକଟରେ ଥିବା...

ଅନୁପ ବିଷୋୟୀ ହେଲେ ବ୍ରହ୍ମପୁର ବନସେବା ସର୍କଲ ସଭାପତି

ଭଞ୍ଜନଗର,୭ା୪(ବାବୁଲା ପ୍ରଧାନ): ଓଡ଼ିଶା ଅଣ ଗେଜେଟେଡ୍‌ ବନସେବା ବ୍ରହ୍ମପୁର ସର୍କଲର ୨୦୨୫-୨୬ ପାଇଁ ନୂତନ କର୍ମକର୍ତ୍ତା ନର୍ବାଚନ ରବିବାର ଆର୍‌ସିସିଏଫ୍‌ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ।...

ରୋଗୀ ନେଇ ଯିବାବେଳେ ଆମ୍ବୁଲାନ୍ସରେ ଲାଗିଲା ନିଆଁ

ପିପିଲି,୭ା୪: ରୋଗୀ ନେଇ ଯିବାବେଳେ ବାଟରେ ଏକ ଅଘଟଣ ଘଟିଛି। ଜଣେ ରୋଗୀଙ୍କୁ ପୁରୀ ଜିଲା ଡେଲାଙ୍ଗରୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ନିଆଯାଉଥିବାବେଳେ ଆମ୍ବୁଲାନ୍ସରେ ନିଆଁ...

ବିଷ ପିଇ ଜୀବନ ହାରିଲେ ଗୋଟିଏ ପରିବାରର ୩ ଜଣ

ଗଞ୍ଜାମ,୭ା୪(ବିଦ୍ୟାଧର ସାହୁ):ଗଞ୍ଜାମ ଥାନା ଅନ୍ତର୍ଗତ ପାଳିବନ୍ଧ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ମା’ ସହ ବିଷ ପିଇଦେଇଛନ୍ତି ଭଉଣୀଭାଇ। ଫଳରେ ଏହି ୩ ଜଣଙ୍କୁ...

କୋଟିଆ ସରକାରୀ ଜମିରେ ପ୍ରକଳ୍ପ କରି ଲାଭ ଉଠାଉଛି ଆନ୍ଧ୍ର

ପଟ୍ଟାଙ୍ଗି,୭ା୪(ଶରତ କୁମାର ଧଳ): ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଗ୍ରାମଗୁଡ଼ିକରେ ରହିଥିବା ସରକାରୀ ଜମିର ସୁରକ୍ଷା ରାଜସ୍ବ ବିଭାଗର ଦାୟିତ୍ୱ। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ ସରକାରୀ...

ଶ୍ରୀରାମ ନବମୀ ମହୋତ୍ସବରେ ଶୋଭାଯାତ୍ରା, ଜୟ ଶ୍ରୀରାମ ଧ୍ବନିରେ କମ୍ପିଲା ସହର

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ): ବରଗଡର ଶ୍ରୀରାମଲାଲା ଟ୍ରଷ୍ଟ ପକ୍ଷରୁ ରବିବାର ଶ୍ରୀରାମ ନବମୀ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ବରଗଡ଼ ସହରର ବାଳକଦାସ ହନୁମାନ ମନ୍ଦିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image