ବଜ୍ରପାତରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଉଦଳା,୨୩ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଉଦଳା ଥାନା ଅନ୍ତର୍ଗତ ସୋନନଦୀର ଜିରିଡାଘାଟ ନିକଟରେ ମଙ୍ଗଳବାର ରାତିରେ ବଜ୍ରପାତରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ଜଣକ ବାଲେଶ୍ୱର ଜିଲା ରାଜବରହମପୁର ଥାନା ଅନ୍ତର୍ଗତ ପିଠାହତା ଗ୍ରାମର ସାବିତ୍ରୀ ବେହେରା ଓ ଗୁରୁତର ଆହତ ତାଙ୍କ ସ୍ବାମୀ ରଞ୍ଜନ ବେହେରା ବୋଲି ଜଣାପଡିଛି। ଏହି ଦମ୍ପତି ଉଦଳାରୁ ସାଇକେଲରେ ଫେରୁଥିତ୍ବା ବେଳେ ଜିରିଡାଘାଟ ନିକଟରେ ବର୍ଷା ହୋଇଥିଲା। ସେମାନେ ପାଖରେ ଥିବା ଏକ ଦୋକାନ ଘରେ ଆଶ୍ରୟ ନେଇଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ।