ବଜ୍ରପାତରେ ୨୦ ମୃତ ୩୦ ଆହତ

ଇସ୍‌ଲାମାବାଦ,୧୫।୧୧: ପାକିସ୍ତାନର ସିନ୍ଧ ଅଞ୍ଚଳରେ କିଛିଦିନ ହେବ ପାଣିପାଗରେ ପରିବର୍ତ୍ତନ ଦେଖାଦେଇଥିଲା। ହଠାତ୍‌ ବର୍ଷା ସାଙ୍ଗକୁ ବଜ୍ରପାତ ହେବାରୁ ଶୁକ୍ରବାର ସୁଦ୍ଧା ସେଠାରେ ଅତିକମ୍‌ରେ ୨୦ ଜଣଙ୍କ ମୃତ୍ୟୁ ହେବା ସହ ୩୦ ଆହତ ହୋଇଥିବା ସୂଚନା ମିଳିଛି। କେବଳ ସେତିକି ନୁହେଁ ଏହି ଦୈବିଦୁର୍ବିପାକରେ ଶହଶହ ଜୀବଜନ୍ତୁଙ୍କ ମୃତ୍ୟୁ ମଧ୍ୟ ହୋଇଥିବା ଖବର ମିଳିଛି। ପାକିସ୍ତାନ ଖବର କାଗଜ ଡନ୍‌ର ସୂଚନା ଅନୁଯାୟୀ, ବୁଧବାର ରାତିରେ ସିନ୍ଧ ଥାରପାରକର ଜିଲାର ମିଠ, ଛାଛି ଓ ରାମ ସିଂ ସୋଧୋ ଗାଁରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ହୋଇଥିଲା। ଗୁରୁବାର ମଧ୍ୟ ଏହା ଜାରି ରହିଥିଲା। ଏହି ଘଟଣାରେ ୧୦ ମହିଳାଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

Share