ବଜ୍ରପାତରେ ୨ ମୃତ

ଖୋର୍ଦ୍ଧା ଅଫିସ, ୧୨।୧୦: ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ଖୋର୍ଦ୍ଧା ଆଦର୍ଶ ଥାନା ପୁବୁସାହି ପଞ୍ଚାୟତ ଚାନ୍ଦପୁର ଗଁ।ର ପ୍ରହଲ୍ଲାଦ ବେହେରା(୩୫) ଓ ଜଙ୍କିଆ ଥାନା ଓରବରସିଂର ଲେଖନପୁର ଗଁ।ର ଉତ୍ତମ ଜେନା(୬୦)। ଉଭୟଙ୍କ ମୃତଦେହକୁ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସନ୍ଧ୍ୟା ହୋଇଯାଇଥିବାରୁ ଶନିବାର ମୃତଦେହ ବ୍ୟବଚ୍ଛେଦ ହେବ ବୋଲି ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ। ଶୁକ୍ରବାର ଅପରାହ୍ନ ୪ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଖୋର୍ଦ୍ଧା ଓ ଆଖପାଖ ଅଞ୍ଚଳରେ ବଜ୍ରପାତ ହେବା ସହ ବର୍ଷା ହୋଇଥିଲା। ଅପରାହ୍ନ ପ୍ରାୟ ୪ଟାରେ ବର୍ଷା ହେବା ସମୟରେ ପ୍ରହଲ୍ଲାଦ ସାନ ଭାଇ ସହ ଘରକୁ ଫେରୁଥିଲେ। ମୁଣ୍ଡ ଉପରେ ଘାସ ଗୋଛା ରହିଥିଲା। ସାନ ଭାଇ ଆଗ ଘରେ ପହଞ୍ଚତ୍ ଯାଇଥିଲେ। ଆଉ କିଛି ସମୟ ପରେ ପ୍ରହଲ୍ଲାଦ ପହଞ୍ଚତ୍ଥାନ୍ତେ। ଏହି ସମୟରେ ବଜ୍ରପାତ ହେବାରୁ ପ୍ରହଲ୍ଲାଦ ଘଟଣାସ୍ଥଳରେ ଟଳି ପଡିଥିଲେ। ସେ
ବର୍ଷେ ତଳେ ବିବାହ କରିଥିଲେ। ସ୍ତ୍ରୀ ଗର୍ଭବତୀ ଅଛନ୍ତି। ବାପା ପକ୍ଷାଘାତ ରୋଗୀ। ଏଭଳିସ୍ଥଳେ ତାଙ୍କ ମୃତ୍ୟୁ ଗଁ।ରେ ଶୋକର ଛାୟା ଖେଳାଇଦେଇଛି। ଅନ୍ୟପକ୍ଷରେ ଲେଖନପୁର ଗଁାର ଘନଙ୍କ ସ୍ତ୍ରୀ ଉତ୍ତମ ଗୁହାଳକୁ ଗାଈ ବାନ୍ଧିବାକୁ ଯାଇଥିଲେ। କେତୋଟି ଗାଈ ନ ଆସିଥିବାରୁ ଗୁହାଳ ବାହାରକୁ ଯାଇ ଖୋଜିଥିଲେ। ସନ୍ଧ୍ୟା ସମୟରେ ବଜ୍ରପାତ ହେବାରୁ ସେ ଗୁହାଳ ନିକଟରେ ଟଳି ପଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ସମୁଦ୍ରରେ ନିଖୋଜ ଯୁବକଙ୍କ ମୃତଦେହ ମିଳିଲା

ପୁରୀ,୨୭ା୧୨(ଅଜିତ୍‌ କୁମାର ମହାନ୍ତି): ପୁରୀ ସମୁଦ୍ରରେ ଗୁରୁବାର ଗାଧୋଉଥିବାବେଳେ ବରଗଡ଼ ଜିଲାର ଶୁଭ ପାତ୍ର ନାମକ ଯୁବକ ଭାସିଯାଇ ନିଖୋଜ ଥିଲେ। ଶୁକ୍ରବାର ଦିଗବାରେଣୀ ଖୁଣ୍ଟି...

ଅଜଣା ଗାଡ଼ି ଧକ୍କାରେ ବାଇକ ଚାଳକ ମୃତ, କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

କୋକସରା,୨୭।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ ଆମପାଣି ଥାନା ଅନ୍ତର୍ଗତ ମହାଜନଗୁଡା ଓ ଶିଉନି ମଧ୍ୟରେ ଶୁକ୍ରବାର ଅପରାହ୍ନରେ...

୪ ଶହ କେଜି ମହୁଲ ଫୁଲ ସହ ଅଟୋ ଜବତ, ଜଣେ ଗିରଫ

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ଗଦଡି ଅଞ୍ଚଳରେ ବେଆଇନ ମହୁଲ ଫୁଲ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ। ଅଟୋ...

ଅଖା ବନ୍ଧା ଅବସ୍ଥାରେ ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ଗଜପତି,୨୭।୧୨(ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିରେ ଘଟିଛି ରହସ୍ୟ ଜନକ ହତ୍ୟା କାଣ୍ଡ। ଦୁଇ ଦିନ ନିଖୋଜ ପରେ ଅଖା ବନ୍ଧା ଅବସ୍ଥାରେ...

ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତି ଭରଣା ଚିନ୍ତା: ଜିଲାପାଳଙ୍କୁ ବାଣଲିଙ୍ଗେଶ୍ୱର କୃଷକ ସଂଘ ପକ୍ଷରୁ ଦାବିପତ୍ର

ଛତ୍ରପୁର,୨୭।୧୨(ଦିଲ୍ଲୀପ ସାମଲ): ଅଦିନିଆ ଲଗାଣ ବର୍ଷା ହେତୁ ଫସଲ କ୍ଷୟକ୍ଷତିର ଭରଣା, ଧାନର ଏଫଏକ୍ୟୁ ମାନ ଉଚ୍ଛେଦ, ଟୋକେନ୍ ଅବଧି ବୃଦ୍ଧି ଏବଂ ଫସଲବୀମା ଅର୍ଥ...

ସାମ୍ବାଦିକଙ୍କ ଗାଡି ନେଇଗଲେ ଚୋର, ଟେର୍ ପାଉନି ପୋଲିସ

ଛତ୍ରପୁର,୨୭।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ଅଞ୍ଚଳରେ ଏବେ ଚୋରି ସଂଖ୍ୟା ବୃଦ୍ଧି ପାଉଛି । ଏପରିକି ଦୃବର୍ତମାନେ ସାମ୍ବାଦିକକୁ ମଧ୍ୟ ଛାଡି ନାହାନ୍ତି। ଏକ ଦୈନିକ...

ରାମେଶ୍ୱର, ନିରାକାରପୁର ଛାଡି ଯାଉନି ଦନ୍ତା: ନୂଆ ଜଗନ୍ନାଥ ସଡ଼କରେ କଲା ଉତ୍ପାତ

ନିରାକାରପୁର,୨୭।୧୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଓ ରାମେଶ୍ୱର ଛାଡି ଯାଉନି ଦନ୍ତା ହାତୀ। ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଗୁରୁବାର ରାତିରେ...

ଧାନ ଫସଲ ନଷ୍ଟ ନେଇ ଯୋଗାଣ ମନ୍ତ୍ରୀଙ୍କୁ ଜଣାଇଲେ ବିଧାୟକ

ପାରଳାଖେମୁଣ୍ଡି,୨୭ା୧୨(ଗିରିଧାରୀ ପରିଛା): ଅଦିନିଆ ବର୍ଷା ଯୋଗୁ ଗଜପତି ଜିଲାର ୭ଟି ଯାକ ବ୍ଲକରେ ବ୍ୟାପକ ପରିମାଣରେ ଧାନ, କପା ଓ ଅନ୍ୟାନ୍ୟ ଫସଲ ନଷ୍ଟ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri