ବଜ୍ରପାତରେ ୪ ଗୋରୁ ମୃତ

କେନ୍ଦୁଝର, ୨୧।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ସଦର ବ୍ଲକ ରାଇକଳା ପଞ୍ଚାୟତ ସଣ୍ଡିଆପୋଷି ଗ୍ରାମରେ ସୋମବାର ଅପରାହ୍ନରେ ବଜ୍ରପାତ ହୋଇ ଭଦ୍ରୁ ନାଏକଙ୍କର ୩ଟି ଗାଈ ଏବଂ ଶରତ ନାଏକଙ୍କର ଗୋଟିଏ ବଳଦ ପ୍ରାଣ ହରାଇଛନ୍ତି। ତେବେ ଗାଈ, ବଳଦଙ୍କୁ ହରାଇ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ସେମାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ କ୍ଷତିପୂରଣ ଯୋଗାଇଦେବାକୁ ଦାବି କରାଯାଇଛି।