ବଜ୍ରପାତରେ ୬ ମଇଁଷି ମୃତ

ଶଙ୍କରାଖୋଲ,୧୩।୬(ଡି.ଏନ୍‌.ଏ.)-ଚକାପାଦ ବ୍ଲକ କୁସୁମେଣ୍ଡି ପଞ୍ଚାୟତ ସୁନାପଙ୍ଗା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା। ବଜ୍ରପାତରେ ସାନନ୍ଦା ପ୍ରଧାନଙ୍କର ୬ଟି ମଇଁଷିଙ୍କ ମୃତ୍ୟୁ ଘଟିଛି। ମଇଁଷିଗୁଡିକୁ ସାନନ୍ଦା ଘର ନିକଟ ମହୁଲ ଗଛ ମୂଳେ ବାନ୍ଧିଥିଲେ। ରାତି ପ୍ରାୟ ସାଢ଼େ ୨ଟାରେ ବଜ୍ରପାତ ହେବାରୁ ସମସ୍ତ ମଇଁଷି ମରିଯାଇଥିଲେ। ଗୁରୁବାର ସରପଞ୍ଚ କିଶୋର ଚନ୍ଦ୍ର କହଁର ଓ ଶଙ୍କରାଖୋଲ ପ୍ରାଣୀ ଚିକିତ୍ସା ଅଧିକାରୀ ସୁଶିଲ କୁମାର ସେଠୀ ଘଟଣାସ୍ଥଳରେ ପହଞ୍ଚି ସରକାରଙ୍କ ପକ୍ଷରୁ ଯାହା ସାହାର୍ଯ୍ୟ ମିଳିବ ଯୋଗାଇ ଦିଆଯିବ ବୋଲି ସାନନ୍ଦାଙ୍କୁ କହିଛନ୍ତି।

Share