Advertisement

ବଜ୍ରପାତ ନେଲା ଜଣଙ୍କ ଜୀବନ

ବୌଦ୍ଧ,୬।୧୦: ବୌଦ୍ଧ ଥାନା ଅନ୍ତର୍ଗତ ବନ୍ଧାପଥର ଗ୍ରାମରେ ରବିବାର ସକାଳ ୭ଟାରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ବନ୍ଧାପଥର ଗ୍ରାମର ନୀଳା ଲୋହିତ ବେହେରା (୫୩) ବିଲକୁ ଯାଇଥିବାବେଳେ ବଜ୍ରପାତ ଘଟିଥିଲା। ସେଠାରେ ହିଁ ସେ ଟଳି ପଡିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଡାକ୍ତରଖାନା ନେବାରୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବସର ଦାବି କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: boudh